Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଭି ଜୀ ଲେ ଜରାରୁ ବାଦ୍‌ ପଡିଲେ କାଟ୍ରିନା!

ନୂଆଦିଲ୍ଲୀ: ବଲିଉଡ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ଫରହାନ ଅଖତରଙ୍କ ଉଚ୍ଚାଭିଳାଷୀ ଚଳଚ୍ଚିତ୍ର ଜୀ ଲେ ଜରାରୁ ବାଦ ପଡିଲେ କାଟ୍ରିନା କୈଫ।ଏହାପୂର୍ବରୁ ପ୍ରିୟଙ୍କା ଚୋପ୍ରା ମଧ୍ୟ ଫିଲ୍ମରୁ ବାଦ୍‌ ପଡିଥିଲେ।

ସୂଚା ଅନୁଯାୟୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ ଏବଂ କ୍ୟାଟ୍ରିନା କୈଫ୍ ଫିଲ୍ମରୁ ବାହାରିଯାଇଥିବା ଜଣାପଡିଛି। ତାଙ୍କ ବଦଳରେ ଏବଂ ଅନୁଷ୍କା ଶର୍ମା ଏବଂ କିଆରା ଆଡଭାନୀଙ୍କ ଫିଲ୍ମରେ ଏଣ୍ଟ୍ରି ନେଇ ଚର୍ଚ୍ଚା ହେଉଛି।

ରିପୋର୍ଟ ଅନୁଯାୟୀ “ପ୍ରିୟଙ୍କା ଚୋପ୍ରା ତାଙ୍କ ହଲିଉଡ ପ୍ରତିଶ୍ରୁତି ହେତୁ ୨୦୨୩ ରେ ସୁଟିଂ କରିବାର ତାରିଖ ଦେଇପାରିନଥିଲେ ଏବଂ ଫରହାନଙ୍କୁ ପଚାରିଥିଲେ ଯେ ସେମାନେ ୨୦୨୪ରେ ଜୀ ଲେ ଜାରା ପାଇଁ ସୁଟିଂ କରିପାରିବେ କି? ଆଲିଆ ମଧ୍ୟ ନିଜ ଆଗାମୀ ଫିଲ୍ମ ରାମାୟଣ ଓ Baiju Bawra ସୁଟିଂରେ ବ୍ୟସ୍ତ ଥିବାରୁ ସେ ମଧ୍ୟ ସମୟ ଦେଇପାରିନଥିଲେ। ଏହାକୁ ଦୃଷ୍ଟିରେ ରଖି ଫରହାନ୍ ଫିଲ୍ମକୁ ଠିକ୍ ସମୟ ଆସିଲେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ