Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଧକ ସାଜିଲେ ଇନ୍ଦ୍ରଦେବ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କୁଶିନଗର ଗସ୍ତ ରଦ୍ଦ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶିନଗର ଗସ୍ତ ରଦ୍ଦ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୁଲାଇ ୭ ତାରିଖରେ ଗୋରଖପୁର ଏବଂ କୁଶୀନଗର ଗସ୍ତ କରିବାର ଥିଲା। କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ସାହି କହିଛନ୍ତି, ସଭାସ୍ଥଳରେ ପାଣି ଭରିଯିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରଦ୍ଦ ହୋଇଛି। ଏଥିସହ ଜୁଲାଇ ୭ରେ ମହାତ୍ମା ବୃଦ୍ଧ କୃଷି ବିଶ୍ଵ ବିଦ୍ୟାଳୟର ଶିଳାନ୍ୟାସ କାର୍ଯ୍ୟକ୍ରମ ଏବଂ ଜୁଲାଇ ୫ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଳୁ ଗବେଷଣା ବୈଠକ ରଦ୍ଦ ହୋଇଛି।

ବର୍ଷା ଋତୁ ପରେ ଅକ୍ଟୋବର କିମ୍ବା ନଭେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ସୁବିଧା ଅନୁସାରେ ଶିଳାନ୍ୟାସ୍ କାର୍ଯ୍ୟକ୍ରମ ନିର୍ଦ୍ଧାରିତ କରାଯିବ। ଆପଣ ସମସ୍ତଙ୍କ ଅସୁବିଧା ପାଇଁ ଦୁଃଖିତ ବୋଲି ମନ୍ତ୍ରୀ ସୂର୍ଯ୍ୟପ୍ରତାପ କହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଶିଳାନ୍ୟାସ୍ ସ୍ଥଳ ପାଣି ଭରିବା ସହିତ ଆୟୋଜନ ବାଧାପ୍ରାପ୍ତ ହୋଇଥିଲା।

ସୂଚନାଯୋଗ୍ୟ, ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କଠୁ ନେଇ ରାଜ୍ୟ ସରକାରର ପର୍ଯ୍ୟନ୍ତ ମନ୍ତ୍ରୀମାନେ କାର୍ଯ୍ୟକ୍ରମର ଶିଳାନ୍ୟାସ୍ ଏବଂ ଉଦଘାଟନ କରିବାରେ ଲାଗି ପଡ଼ିଛନ୍ତି। ଏହା ଜରିଆରେ ଭୋଟରଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ରାଜନୈତିକ ଦଳ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ