Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଏଏସ ଶାହ ଫୈସଲଙ୍କ ବଡ଼ ବୟାନ- ଅନୁଚ୍ଛେଦ ୩୭୦ ଅତୀତର କଥା, ନିଷ୍ପତ୍ତି ପ୍ରତ୍ୟାହାର କରାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ପ୍ରତ୍ୟାହୃତ ହୋଇଥିବା ଅନୁଚ୍ଛେଦ ୩୭୦କୁ ନେଇ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠରେ ଯାଚିକା ଦାୟର କରାଯାଇଛି। ଏହା ଉପରେ ଶୁଣାଣି ପୂର୍ବରୁ ଆଇଏଏସ ଅଧିକାରୀ ଶାହ ଫୈସଲ କହିଛନ୍ତି, ସାମ୍ବିଧାନିକ ପ୍ରାବଧାନ ଅତୀତର କଥା। ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇ ପାରିବ ନାହିଁ। ଫୈସଲ ଟୁଇଟ୍ କରି ଲେଖିଛନ୍ତି, ମୋ ପରି ଅଧିକାଂଶ କାଶ୍ମୀରୀଙ୍କ ପାଇଁ ଅନୁଚ୍ଛେଦ ୩୭୦ ଅତୀତର କଥା। ଭାରତ ମହାସାଗରରେ ଝେଲମ ଏବଂ ଗଙ୍ଗା ସର୍ବଦା ବିଲୀନ ହୋଇ ଯାଇଛି। ଏହି ଧାରାକୁ ଫେରାଇ ଅଣା ଯାଇ ପାରିବ ନାହିଁ। ଏବେ କେବଳ ଆଗକୁ ବଢିବାର ସମୟ।

ଆଇଏଏସ ୨୦୧୦ ବ୍ୟାଚର ଅଧିକାରୀ ଶାହ ଫୈସଲଙ୍କୁ ୨୦୧୯ ଅଗଷ୍ଟରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ଏବଂ ଜାମ୍ମୁ-କାଶ୍ମୀରକୁ ବିଭାଜିତ କରିବାର ନିଷ୍ପତ୍ତି ପରଠୁ ଏକ ବର୍ଷ ଗୃହବନ୍ଦୀ କରାଯାଇଥିଲା। ସେ ଆଇଏଏସ ଚାକିରିରୁ ଇସ୍ତଫା ଦେଇ ଜାମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ଆରମ୍ଭ କରିଥିଲେ। ଏହା ପରେ ବି ସରକାର ତାଙ୍କର ଇସ୍ତଫା ସ୍ଵୀକାର କରି ନଥିଲେ। ପରବର୍ତ୍ତୀ ସମୟରେ ଫୈସଲଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରେ ନିଯୁକ୍ତ କରାଯାଇଛି।

ଉଲ୍ଲେଖନୀୟ ତତ୍କାଳୀନ ଜାମ୍ମୁ-କାଶ୍ମୀର ରାଜ୍ୟକୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବାର ପାଖାପାଖି ୪ ବର୍ଷ ପରେ ଦେଶର ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜୁଲାଇ ୧୧ରେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ଶୁଣାଣି କରିବେ। ସୁପ୍ରିମକୋର୍ଟଙ୍କ ଓ୍ଵେବସାଇଟରେ ସୋମବାର ପ୍ରକାଶିତ ନୋଟିସ୍ ଅନୁସାରେ, ପୀଠ ଯାଚିକା ଉପରେ ଶୁଣାଣି କରିବେ ବୋଲି ଉଲ୍ଲେଖ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ