Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଡିର ଶକ୍ତିକୁ ନେଇ ସୁପ୍ରିମକୋର୍ଟରେ ଉଠିଲା ପ୍ରଶ୍ନ, ହରିଶ ସାଲଭେଙ୍କ ଯୁକ୍ତି- ଲଗାମ ଲଗାଯାଉ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଶକ୍ତିକୁ ନେଇ ସୁପ୍ରିମକୋର୍ଟରେ ପ୍ରଶ୍ନ ଉଠିଛି। ଏକ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀଙ୍କ କହିବା କଥା ଯଦି ଇଡି ଉପରେ ଲଗାମ ନ ଲଗାଯାଏ ତେବେ ଦେଶରେ କେହି ସୁରକ୍ଷିତ ରହିବେ ନାହିଁ। ଗୁରୁଗ୍ରାମର କମ୍ପାନୀ ଏମ୩ଏମ ବିରୋଧରେ ଜାରି ପିଏମଏଲଏ କେସ ସଂପର୍କିତ ଅନେକ ଯାଚିକା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି।

ଏମ୩ଏମ ଗୋଷ୍ଠୀ ପକ୍ଷରୁ କୋର୍ଟରେ କେସ ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଛନ୍ତି, ଇଡିକୁ ପର୍ଯ୍ୟାପ୍ତ ଶକ୍ତି ଦିଆଯାଇଛି। ଯଦି କୋର୍ଟ ଏହା ଉପରେ ଲଗାମ ଲଗାଇବ ନାହିଁ ତେବେ ଦେଶରେ କେହି ସୁରକ୍ଷିତ ରହିବେ ନାହିଁ। ଆପଣ ଦେଖି ପାରୁଥିବେ ଦେଶରେ କେଉଁ ଧରଣର ଗିରଫଦାରୀ ହେଉଛି। ଇଡି କାହା ଇସାରାରେ ନିଜ ଇଚ୍ଛା ମୁତାବକ ଚଢାଉ କରୁଛି। ଏହି ଧରଣର ଗିରଫଦାରୀ କରାଯିବା ମୋର ଅଧିକାରର ଉଲ୍ଲଂଘନ ହେଉଛି। ତେଣୁ ଇଡି ଶକ୍ତି ଉପରେ ଲଗାମ ଲଗାଇବାର ଆବଶ୍ୟକତା ରହିଛି। ସାଲଭେଙ୍କ ବ୍ୟତୀତ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମଧ୍ୟ ଏମ୩ଏମର ନିର୍ଦ୍ଦେଶକ ବସନ୍ତ ବଂଶଲ ଏବଂ ପଙ୍କଜ ବଂଶଲଙ୍କ ପକ୍ଷ ରଖୁଥିଲେ।

ଉଭୟଙ୍କୁ ଜଣେ ପୂର୍ବତନ ବିଚାରପତିଙ୍କୁ ଲାଞ୍ଚ ଦେବା ସଂପର୍କିତ ମାମଲାରେ ମନି ଲଣ୍ଡରିଂ ତଦନ୍ତ ସମୟରେ ଗିରଫ କରାଯାଇଥିଲା। ଖାସ କଥା ଏହି ଯାଚିକାରେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ମଧ୍ୟ ଚ୍ୟାଲେଞ୍ଜ ଦିଆଯାଇଛି। ଯେଉଁଥିରେ ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ଗିରଫଦାରୀରେ ଦଖଲ କରିବାକୁ ମନା କରିଥିଲା। ଅନ୍ୟପଟେ ଇଡି ଜୁନ ୧୪ରେ ପିଏମଏଲଏ ଆଧାରରେ ବସନ୍ତ ବନ୍ଧୁଙ୍କୁ ଗିରଫ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ