Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

RSS କେବେ ହିଂସାକୁ ସ୍ଵୀକାର କରିନି, ଏହା ଆମର ଶିକ୍ଷା ବିରୁଦ୍ଧ; ପିଏମ ମୋଦୀଙ୍କ ଲିଖିତ ପୁସ୍ତକ ବିମୋଚନରେ କହିଲେ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭାଗବତ ମଙ୍ଗଳବାର କହିଛନ୍ତି ସଂଘର ନେତା ସର୍ବଦା ହିଂସାର ବିରୋଧ କରିଛନ୍ତି। ଭାଗବତ ଆରଏସଏସର ନେତା ଦିବଙ୍ଗତ ଲକ୍ଷ୍ମଣରାଓ ଇନାମଦାରଙ୍କ ଜୀବନୀ ଉପରେ ମରାଠି ଭାଷାରେ ଅନୁବାଦ ପୁସ୍ତକର ବିମୋଚନ ଅବସରରେ ଏହା କହିଛନ୍ତି। ଏହି ପୁସ୍ତକ ପ୍ରଥମେ ଗୁଜରାଟିରେ ରାଜାଭାଇ ନେନେ ଏବଂ ନରେନ୍ଦ୍ର ମୋଦୀ(ସେ ସମୟରେ ସଂଘର କାର୍ଯ୍ୟକର୍ତ୍ତା) ରଚନା କରିଥିଲେ।

ଭାଗବତ ଜରୁରୀକାଳୀନ ସମୟରେ ପ୍ରସିଦ୍ଧ ବରୋଦା ଡାଇନାମାଇଟ୍ ମାମଲାର ଉଲ୍ଲେଖ କରି କହିଛନ୍ତି, ସେ ସମୟରେ ମୋର ବୟସ ପାଖାପାଖି ୨୫ ବର୍ଷ ହୋଇଥିଲା। ବରୋଦା ଡାଇନାମାଇଟ ମାମଲା ପରେ ଆମ ଯୁବକଙ୍କ ଲାଗିଥିଲା ଯେ, କିଛି ସାହାସିକ କାମ କରି ପାରିବା। ଯୁବକଙ୍କୁ ସଂଘର୍ଷ ଏବଂ ସାହାସି ହେବା ବହୁତ ପସନ୍ଦ। ମାତ୍ର ଲକ୍ଷ୍ମଣରାଓ ଇନାମଦାର ଆମକୁ ଏହା ଆରଏସଏସର ଶିକ୍ଷା ନୁହେଁ ବୋଲି କହିଥିଲେ।

ବରୋଦା ଡାଇନାମାଇଟ୍ ମାମଲାରେ ସମାଜସେବୀ ନେତା ଜର୍ଜ ଫର୍ଣ୍ଣାଡିଜଙ୍କୁ ଗିରଫ କରାଯାଇଥିଲା। ଲକ୍ଷ୍ମଣରାଓ କହିଥିଲେ ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ସମ୍ବିଧାନକୁ ସଂପୂର୍ଣ୍ଣ ଭାବେ ଅପମାନ କରିଛନ୍ତି। ଏହା ବ୍ରିଟିଶ ରାଜ ନୁହେଁ ଏବଂ ଆରଏସଏସ ହିଂସାକୁ ସ୍ଵୀକାର କରେ ନାହିଁ ବୋଲି ମୋହନ ଭାଗବତ କହିଛନ୍ତି।

ଆରଏସଏସର ତୃଣମୂଳ ବିଚାର ସକରାତ୍ମକ ରହିଛି ଏବଂ ଆମେ ଏଠାରେ କାହାର ବିରୋଧ କରୁନୁ। ହିନ୍ଦୁଙ୍କୁ ସଂଗଠିତ କରିବା ମୁଲସମାନ ଏବଂ ଖ୍ରୀଷ୍ଟିୟାନଙ୍କ ବିରୋଧରେ ନୁହେଁ। ବେଳେ ବେଳେ ଅନ୍ୟ କୌଣସି କାରଣରୁ ପ୍ରତିକ୍ରିୟା ଏବଂ ପ୍ରଭାବ ଦେଖିବାକୁ ମିଳିଥାଏ। ବେଳେ ବେଳେ ଯେସାକୁ ତେସା ନୀତି ଅବଲମ୍ବନ କରିବାକୁ ପଡ଼ିଥାଏ। ମାତ୍ର ସେହି ଦୃଷ୍ଟିରୁ କହିବାକୁ ଗଲେ ଶାନ୍ତି ଏବଂ ସହିଷ୍ଣୁତା ହିନ୍ଦୁତ୍ଵର ମୂଳ ଲକ୍ଷ୍ୟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ