Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ରଜନତା ଦଳ ତରଫରୁ ୧୩ ଡିଜିଟାଲ୍ ସଂପାଦକ ନିଯୁକ୍ତ

କଳାହାଣ୍ଡି,୦୬/୦୭-ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ ପାଇଁ ବ୍ଲକ ଡିଜିଟାଲ ସଂପାଦକ ନିଯୁକ୍ତ କରାଯାଇଛି ! ଏନେଇ କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତାଦଳର ସଭାପତି ଅଜିତ କୁମାର ସାହୁଙ୍କ ଦ୍ବାରା ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି ! ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ପାଇଁ ଅର୍ଜୁନ ନାଏକ, ଥୁଆମୂଳ ରାମପୁର ବ୍ଲକ ପାଇଁ ଅମରେଶ ଚନ୍ଦ୍ର ନାଏକ, ଜୁନାଗଡ଼ ବ୍ଲକ ପାଇଁ ତେଜରାଜ ରାଉତ, ନର୍ଲା ବ୍ଲକ ପାଇଁ ରୋଶନ ସିଂ ମାଝୀ, କେସିଙ୍ଗା ବ୍ଲକ ପାଇଁ ଜିତେନ୍ଦ୍ର ସାହୁ, ମ. ରାମପୁର ବ୍ଲକ ପାଇଁ ପ୍ରମୋଦ ଚୌଧୁରୀ, କର୍ଲାମୁଣ୍ଡା ବ୍ଲକ ପାଇଁ ଦୈତାରୀ ସାହୁ, ଧର୍ମଗଡ଼ ବ୍ଲକ ପାଇଁ ସୌମ୍ୟରଞ୍ଜନ ଗୋପାଳ, କଲମପୁର ବ୍ଲକ ପାଇଁ ରୁଦ୍ରରଞ୍ଜନ ବଗର୍ତ୍ତି, କୋକସରା ବ୍ଲକ ପାଇଁ ଦୀନକ୍ରୁଷ୍ଣ କୁଲଥିଆ, ଭବାନୀପାଟଣା ବ୍ଲକ ପାଇଁ କୁଞ୍ଜବନ ମାଝୀ, ଗୋଲାମୁଣ୍ଡା ବ୍ଲକ ପାଇଁ ଆଶିଷ ସୁନାନୀ, ଜୟପାଟଣା ବ୍ଲକ ପାଇଁ ଷଷ୍ଠୀ ମାଝୀ ପ୍ରମୁଖଙ୍କ ନାମ ଘୋଷଣା କରାଯାଇଥିବା ଜଣାପଡ଼ିଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ