Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପ୍ରିମକୋର୍ଟରୁ କେଜରିଓ୍ଵାଲଙ୍କୁ ଆଉ ଏକ ଆଶ୍ଵସ୍ତି, ଉପରାଜ୍ୟପାଳଙ୍କୁ ଲାଗିଲା ଝଟକା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଉ ଏକ ମାମଲାରେ ଅରବିନ୍ଦ କେଜରିଓ୍ଵାଲ ସରକାରଙ୍କୁ ଆଶ୍ଵସ୍ତି ଦେଇଥିବା ବେଳେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଝଟକା ଲାଗିଛି। ସର୍ବୋଚ୍ଚ ନ୍ୟାୟାଳୟ ଏନଜିଟିର ସେହି ଆଦେଶ ଉପରେ ରୋକ୍ ଲଗାଇଛନ୍ତି, ଯେଉଁଥିରେ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଯମୁନା ପୁନର୍ଜିବିତ ପ୍ରକଳ୍ପର ଏକ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। କେଜରିଓ୍ଵାଲ ସରକାର ଏନଜିଟିର ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ଆପ୍ ସରକାର କୋର୍ଟକୁ ଜଣାଇଥିଲେ ଯେ, ଏନଜିଟିର ଏହି ଆଦେଶ ଫଳରେ ଦୁଇ ସାମ୍ବିଧାନିକ ପଦ ମଧ୍ୟରେ ଆହୁରି ସଂଘର୍ଷ ହେବ। ଏଥିପାଇଁ ଆଦେଶ ଉପରେ ତୁରନ୍ତ ରୋକ୍ ଲଗାଯାଉ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପିଏସ ନରସିମାହ କେଜରିଓ୍ଵାଲ ସରକାରଙ୍କ ଯାଚିକା ଉପରେ ଅନ୍ତରୀଣ ଆଦେଶ ଦେଇ ଏନଜିଟିର ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି। ଏନଜିଟି ଜାନୁଆରୀ ୯ରେ ଯମୁନା ପୁନର୍ଜିବିତ ପ୍ରକଳ୍ପର ଏକ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଭିକେ ସକ୍ସେନାଙ୍କୁ ନିଯୁକ୍ତ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ