Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଅଗଷ୍ଟ ୨ରୁ ହେବ ନିୟମିତ ଶୁଣାଣି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ଦାଖଲ ଯାଚିକା ଉପରେ ଅଗଷ୍ଟ ୨ ତାରିଖରୁ ନିୟମିତ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦ରୁ ଅଧିକ ଯାଚିକାରେ ଅନୁଚ୍ଛେଦ ୩୭୦ ହଟାଇବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଇଥିଲେ। ଉଲ୍ଲେଖନୀୟ ଧାରା ୩୭୦ ଉଚ୍ଛେଦ ହେବାର ୩ ବର୍ଷ ପରେ ସୁପ୍ରିମକୋର୍ଟରେ ଏହି ମାମଲା ଉପରେ ଶୁଣାଣି ହେଉଛି। ଏହା ପୂର୍ବରୁ ୨୦୨୦ରେ ୫ ଜଣିଆ ବିଚାରପତିଙ୍କ ପୀଠ ମାମଲାର ଶୁଣାଣି କରିଥିଲେ।

ଆବେଦନର ଶୁଣାଣି କରୁଛନ୍ତି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ୫ ଜଣିଆ ଖଣ୍ଡପୀଠ। ଏଥିରେ ବିଚାରପତି ସଞ୍ଜୟ କିଷନ କୌଲ, ବିଚାରପତି ସଞ୍ଜୀବ ଖନ୍ନା, ବିବାରପତି ବିଆର ଗବଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତ ସାମିଲ୍। ଗୋଟିଏ ଦିନ ପୂର୍ବେ କେନ୍ଦ୍ର ସରକାର ଧାରା ୩୭୦ ହଟାଇବା ନିଷ୍ପତ୍ତି ସପକ୍ଷରେ ନିଜର ଜବାବ ଦେଇଥିଲେ। ସତ୍ୟପାଠରେ କେନ୍ଦ୍ର ସରକାର କହିଥିଲେ ଯେ, ୩୭୦ ଉଚ୍ଛେଦ କରିବାର ଉଦ୍ଦେଶ୍ୟ ଜମ୍ମୁ-କାଶ୍ମୀରରେ ଶାନ୍ତି ସ୍ଥାପନ ଏବଂ ଘାଟିରୁ ଆତଙ୍କବାଦ ସମାପ୍ତ କରିବା। ବର୍ତ୍ତମାନ ସଡ଼କରେ ହିଂସା ଏବଂ ପଥରମାଡ଼ ଘଟଣା ଅତୀତ ଘଟଣା ପାଲଟି ସାରିଛି।

ସୂଚନାଯୋଗ୍ୟ, ବିଗତ ଦିନରେ ସୁପ୍ରିମକୋର୍ଟରେ ଦାଖଲ ଯାଚିକାରେ ଜମ୍ମୁ-କାଶ୍ମୀରରେ ଶୀଘ୍ର ନିର୍ବାଚନ କରାଇବାକୁ ଦାବି ହୋଇଥିଲା। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ଯାଚିକାକୁ ଖାରଜ କରିଥିଲେ। ସୁପ୍ରିମକୋର୍ଟ କହିଥିଲେ, ଜୁଲାଇ ୧୧ରେ ଧାରା ୩୭୦ ସଂପର୍କିତ ଆବେଦନର ଶୁଣାଣି ପରେ ହିଁ ଏହି ମାମଲାର ଶୁଣାଣି ହେବ। ବର୍ତ୍ତମାନ ମାମଲାରେ ସୁପ୍ରିମକୋର୍ଟ ଲଗାତାର ଶୁଣାଣି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ