Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆବୁଧାବିରେ ପିଏମ ମୋଦୀଙ୍କ ଭବ୍ୟ ସ୍ଵାଗତ, ୟୁଏଇ ରାଷ୍ଟ୍ରପତିଙ୍କ ସହ ଏହି ପ୍ରସଙ୍ଗରେ ହେବ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦୁଇ ଦିନିଆ ଫ୍ରାନ୍ସ ଯାତ୍ରା ସମାପ୍ତ ପରେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ଏବଂ ଆବୁଧାବିର ଶାସକ ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନଙ୍କ ସହିତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ। ବୈଠକ ସମୟରେ ଦୁଇ ଦେଶ ମଧ୍ୟରେ ଉର୍ଜା, ଖାଦ୍ୟ ସୁରକ୍ଷା ଏବଂ ପ୍ରତିରକ୍ଷା ପରି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଦ୍ଵିପାକ୍ଷିକ ସମ୍ବନ୍ଧକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରାଯିବ।

ୟୁଏଇ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନ ଭବ୍ୟ ସ୍ଵାଗତ କରିଛନ୍ତି। ପିଏମ ମୋଦୀଙ୍କ ୟୁଏଇ ଯାତ୍ରା ଉପରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତ-ୟୁଏଇ ମଧ୍ୟରେ ବ୍ୟାପକ ରଣନୀତି ଭାଗିଦାରୀ ସଶକ୍ତ ହେବାରେ ଲାଗିଛି। ଉର୍ଜା, ଶିକ୍ଷା, ସ୍ଵାସ୍ଥ୍ୟ, ଖାଦ୍ୟ ସୁରକ୍ଷାମ ଫିନଟେକ, ପ୍ରତିରକ୍ଷା ଏବଂ ସାଂସ୍କୃତିକ ପରି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ।

ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହିତ ବ୍ୟାପକ ଆଲୋଚନା କରିଛନ୍ତି। ଏହି ସମୟରେ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ଏବଂ ସୈନ୍ୟ ସମ୍ମାନ, ଗ୍ରାଣ୍ଡ କ୍ରସ ଅଫ ଦ ଲିଜନ ଅଫ ଅନରରେ ସମ୍ମାନିତ କରାଯାଇଛି। ଭାରତ ଏବଂ ଫ୍ରାନ୍ସ ଶୁକ୍ରବାର ମିଳିତ ଭାବେ କହିଛନ୍ତି, ଦୁଇ ମିତ୍ର ଦେଶ ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ବିକଶିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।