Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନଷ୍ଟାଗ୍ରାମରେ ଭଲ ପାଇବା, ସାତ ଦରିଆ ଡେଇଁ ଝାଡ଼ଖଣ୍ଡ ପହଞ୍ଚିଲେ ପୋଲାଣ୍ଡ ମହିଳା, ଦେଖିବାକୁ ଗାଁରେ ଲାଗିଲା ଭିଡ଼

ରାଞ୍ଚି: ସଂପ୍ରତି ଭାରତରେ ସୀମାପାର ଲଭ ଷ୍ଟୋରୀ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ପାକିସ୍ତାନୀ ନାଗରିକ ସୀମା ହାଇଦର ନିଜର ପବଜୀ ପ୍ରେମିକ ସଚିନ ମୀଣାଙ୍କ ସହ ରହିବା ପାଇଁ ଭାରତ ଚାଲି ଆସିଥିବା ବେଳେ ବେଳେ ଏବେ ଜଣେ ପୋଲାଣ୍ଡର ମହିଳା ଖୁବ୍ ଚର୍ଚ୍ଚାରେ ଅଛନ୍ତି ଯିଏ ନିଜର ପ୍ରେମିକଙ୍କୁ ବିବାହ କରିବା ପାଇଁ ଭାରତ ଚାଲି ଆସିଛନ୍ତି। ଇନଷ୍ଟାଗ୍ରାମରେ କଥା ହେଉ ହେଉ ପୋଲାଣ୍ଡର ମହିଳା ବାରବରା ଏବଂ ଭାରତର ୨୭ ବର୍ଷୀୟ ଯୁବକ ଶାଦାବଙ୍କ ମଧ୍ୟରେ ପ୍ରେମ ଏତେ ଗଭୀର ହୋଇଗଲା ଯେ, ବାରବରା ନିଜର ପ୍ରେମିକଙ୍କୁ ବିବାହ କରିବା ପାଇଁ ଝାଡ଼ଖଣ୍ଡର ହଜାରିଗାଁର ଖୁଟରାରେ ପହଞ୍ଚି ଯାଇଛନ୍ତି। ସୂଚନା ଅନୁଯାୟୀ, ସେମାନଙ୍କର ପ୍ରଥମ ଯୋଗାଯୋଗ ୨୦୨୧ରେ ସାମାଜିକ ଗଣମାଧ୍ୟମରେ ହୋଇଥିଲା ଏବଂ ଖୁବ୍ ଶୀଘ୍ର ଉଭୟଙ୍କ ମଧ୍ୟରେ ବନ୍ଧୁତା ପ୍ରେମର ରୂପ ନେଇଥିଲା।

ବାରବରାଙ୍କ ବୟସ ୪୯ ବର୍ଷ ଏବଂ ତାଙ୍କର ଗୋଟିଏ ଝିଅ ଅଛି ଯାହାଙ୍କ ନାମ ଆନ୍ୟା ପୋଲାକ(୮ ବର୍ଷ)। ଶାଦାବ ଏବଂ ବାରବରା ବିବାହ ବନ୍ଧରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ବିବାହ ପାଇଁ ହଜାରିବାଗ ଏସଡିଏମ କୋର୍ଟରେ ଆବେଦନ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାଦାବ ନିଜର ପୂରା ଜୀବନ ବାରବରାଙ୍କ ସହ କଟାଇବାକୁ ଚାହାନ୍ତି। ସୁଖ ଏବଂ ଦୁଃଖରେ ତାଙ୍କ ସହ ରହିବାକୁ ଚାହାନ୍ତି।

ବାରବରା ପୋଲାକ ଏବଂ ଶାଦାବ ମଲିକଙ୍କ ମଧ୍ୟରେ ଯୋଗାଯୋଗ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ୨୦୨୧ରେ ହୋଇଥିଲା। ଇନଷ୍ଟାଗ୍ରାମରେ ବନ୍ଧୁତା ପରେ ଦୁହଁଙ୍କ ମଧ୍ୟରେ କଥାବାର୍ତ୍ତା ବଢି ଚାଲିଲା। ବନ୍ଧୁତା ଧିରେ ଧିରେ ପ୍ରେମରେ ପରିଣତ ହୋଇଥିଲା। ବାରବରା ୨୦୨୩ ଜୁନ ୨୬ରେ ଭାରତ ପହଞ୍ଚିଥିଲେ। ପୁଣି ମୁମ୍ବାଇରୁ ଗୋଟିଏ ସପ୍ତାହ ପୂର୍ବେ ହଜାରିବାଗ ପହଞ୍ଚିଥିଲେ।

ଶାଦାବଙ୍କୁ ଭେଟିବା ପାଇଁ ବାରବରା ପୂର୍ବରୁ ମଧ୍ୟ ଭାରତ ଆସିଥିଲେ। ମୁମ୍ବାଇରେ ଦୁହିଁଙ୍କ ମଧ୍ୟରେ ଦେଖାସାକ୍ଷାତ ହେଉଥିଲା। କିନ୍ତୁ ସେ ପ୍ରଥମ ଥର ହଜାରିବାଗ ଆସିଛନ୍ତି। ଏଠାକୁ ଆସିବା ପୂର୍ବରୁ ବାରବରା ଶାଦାବଙ୍କ ଘରେ ନିଜ ଅନୁସାରେ ରହିବା ଏବଂ ଖାଇବାର ବନ୍ଦୋବସ୍ତ କରିଥିଲେ। ଘରେ ଏସିର ବ୍ୟବସ୍ଥା କରାଇଥିଲେ। ଶାଦାବଙ୍କ ଘରକୁ ଆସିବା ପରେ ବାରବାର ପୋଲାଣ୍ଡର ଖାଦ୍ୟ ପ୍ରସ୍ତୁତ କରି ଖାଉଛନ୍ତି।

ତଦନ୍ତ ସମୟରେ ହଜାରିବାଗ ପୋଲିସ ମହିଳାଙ୍କୁ ସହରର କୌଣସି ହୋଟେଲରେ ରହିବାକୁ ପରାମର୍ଶ ଦେଇଛନ୍ତି। ମାତ୍ର ମହିଳା ଜଣକ ଖୁଟରା ଗାଁରେ ଶାଦାବ ମଲିକଙ୍କ ଘରେ ଡେରା ପକାଇଛନ୍ତି। ତାଙ୍କୁ ଦେଖିବା ପାଇଁ ଗାଁରେ ମହିଳାଙ୍କ ଭିଡ଼ ଜମିବାରେ ଲାଗିଛି।

ଶାଦାବଙ୍କୁ ପୋଲାଣ୍ଡ ନେବାକୁ ଚାହାନ୍ତି
ବାରବରା ପୋଲାକ ଜଣେ ବିବାହିତ ମହିଳା। ସ୍ଵାମୀଙ୍କୁ ସେ ଛାଡ଼ପତ୍ର ଦେଇ ସାରିଛନ୍ତି। ସେ ପୋଲାଣ୍ଡରେ ଏକ କମ୍ପାନୀର ମାଲିକାଣୀ। ଯେଉଁଥିରେ ତାଙ୍କର ୫୦ ପ୍ରତିଶତ ଅଂଶଧନ ରହିଛି। ମହିଳାଙ୍କ ସ୍ଵାମୀ ନ୍ୟୁଜିଲାଣ୍ଡରେ ରୁହନ୍ତି। ଶାଦାବଙ୍କ ଅନୁସାରେ ବାରବରା ତାଙ୍କୁ ପୋଲାଣ୍ଡ ନେବାକୁ ଚାହାନ୍ତି।

ବାରବରାଙ୍କ ଝିଅ ଶାଦାବଙ୍କୁ ଡାଡି ବୋଲି ଡାକୁଛି। ଶାଦାବ ଅବିବାହିତ ପୁରୁଷ। ସେ ନିଜର ମାମୁଁଙ୍କ ସହିତ ରହି ମୁମ୍ବାଇରେ ବିଏ ଅନର୍ସରେ ପଢୁଛନ୍ତି। ସେ ଭଲ ଭାବେ ଇଂରାଜୀରେ କଥା ହୋଇ ପାରୁଛନ୍ତି। ତାଙ୍କ ବାପା-ମାଆଙ୍କ ଦେହାନ୍ତ ହୋଇ ସାରିଛି। କରୋନା ସମୟରୁ ଶାଦାବ ଖୁଟରା ଗାଁରେ ରହୁଛି। ଇଂରାଜୀକୁ ଭଲ ଭାବେ ବୁଝୁଥିବାରୁ ଏବଂ କହି ପାରୁଥିବାରୁ ଉଭୟଙ୍କ ପ୍ରେମରେ ଭାଷା କୌଣସି ବାଧା ହୋଇ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ