Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳିତ ବର୍ଷ ଜୁନ ସୁଦ୍ଧା ଭାରତୀୟ ନାଗରିକତା ଛାଡ଼ିଛନ୍ତି ୮୭,୦୨୬ ବ୍ୟକ୍ତି, ସଂସଦରେ ତଥ୍ୟ ଦେଲେ ସରକାର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲୋକସଭାରେ ଭାରତରୁ ବିଦେଶ ଯାଉଥିବା ଭାରତୀୟଙ୍କୁ ନେଇ ବହୁ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି। ଜୟଶଙ୍କର କହିଛନ୍ତି, ଚଳିତ ବର୍ଷ ଜୁନ ମାସ ସୁଦ୍ଧା ୮୭,୦୨୬ ଭାରତୀୟ ନିଜର ନାଗରିକତା ଛାଡ଼ି ବିଦେଶ ଚାଲି ଯାଇଛନ୍ତି। ଏଥିସହ ୨୦୧୧ରୁ ଏ ପର୍ଯ୍ୟନ୍ତ ୧୧.୫୦ ଲକ୍ଷରୁ ଅଧିକ ଲୋକ ଭାରତୀୟ ନାଗରିକତା ଛାଡ଼ି ସାରିଛନ୍ତି।

ସେ କହିଛନ୍ତି, ୨୦୨୨ରେ ୨,୨୫, ୬୨୦ ଭାରତୀୟ ନିଜର ନାଗରିକତା ଛାଡ଼ିଥିବା ବେଳେ ୨୦୨୧ରେ ଛାଡ଼ିଥିଲେ ୧,୬୩,୩୭୦ ଲୋକ। ସେହିପରି ୨୦୨୦ରେ ୮୫,୨୫୬ ଏବଂ ୨୦୧୯ରେ ୧,୪୪, ୦୧୭ ଲୋକ ଭାରତୀୟ ନାରିକତା ଛାଡ଼ିଛନ୍ତି। ଜୟଶଙ୍କର କହିଛନ୍ତି, ଗତ ଦୁଇ ଦଶନ୍ଧିରେ ବିଦେଶରେ କାମ ସନ୍ଧାନରେ ଭାରତୀୟ ନାଗରିକଙ୍କ ସଂଖ୍ୟା ବହୁତ ଅଧିକ ରହିଛି।

ଅନେକ ଭାରତୀୟ ବ୍ୟକ୍ତିଗତ ସୁବିଧାକୁ ଦୃଷ୍ଟିରେ ରଖି ବିଦେଶୀ ନାଗରିକ ହେବାର ବିକଳ୍ପ ବାଛିଛନ୍ତି। ବିଦେଶରେ ଭାରତୀୟ ସମୁଦାୟ ରାଷ୍ଟ୍ର ପାଇଁ ଏକ ସମ୍ପତ୍ତି ଏବଂ ସରକାର ପ୍ରବାସୀ ଭାରତୀୟଙ୍କ ସହିତ ନିଜ ସମ୍ବନ୍ଧରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି ବୋଲି ଲୋକସଭାରେ ସୂଚନା ଦେଇଛନ୍ତି ଜୟଶଙ୍କର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ