Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାପ୍ତ ହେଲା Twitter, ନୀଳ ଚଢେଇକୁ ଅଲବିଦା, ଏବେ X ସହ ଆଗକୁ ବଢିବେ ମସ୍କ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ Twitterର ନାମ, ଲୋଗୋ ଏବଂ ୟୁଆରଏଲ ସବୁ ବଦଳି ଯାଇଛି. ଗତ ବର୍ଷ ଟୁଇଟରକୁ କିଣିଥିବା ଦୁନିଆର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କ ଏଥିରେ ବ୍ୟାପକ ପରିବର୍ତ୍ତନ କରି ପୁରୁଣା Twitterକୁ ସମାପ୍ତ କରି ନୂଆ X ଆରମ୍ଭ କରିଛନ୍ତି। ଏବେ ଟୁଇଟରର ନାମ ବଦଳି X ହୋଇଛି। ନୀଳ ଚଢେଇ(ବ୍ଲୁ ବାର୍ଡ) ଲୋଗୋ ସ୍ଥାନରେ X ଲୋଗୋ ଦେଖା ଯାଉଛି। କେବଳ ଏତିକି ନୁହେଁ ଏବେ ପ୍ଲାଟଫର୍ମର ନୂତନ ୟୁଆରଏଲ ମଧ୍ୟ ବଦଳା ଯାଇ x.com କରାଯାଇଛି। ଏହି ପରିବର୍ତ୍ତନ ପ୍ଲାଟଫର୍ମରେ ଲାଗୁ ହୋଇ ସାରିଛି।

ଟୁଇଟରର ସିଇଓ Linda Yaccarino ଖୋଦ୍ ଏହି ପରିର୍ତ୍ତନ ବିଷୟରେ ସୂଚନା ଦେଇଛନ୍ତି। ମସ୍କ ପୂର୍ବରୁ ମଧ୍ୟ ସଙ୍କେତ ଦେଇଥିଲେ ଯେ, ଟୁଇଟରରେ ଅନେକ ପରିବର୍ତ୍ତନ କରି ୟୁଜର୍ସଙ୍କୁ ନୂତନ ଅନୁଭବ ପ୍ରଦାନ କରିବେ। ଏହି କ୍ରମରେ ଅନେକ ପରିବର୍ତ୍ତନ ହୋଇ ସାରିଛି। ହେଲେ ଲୋଗୋ, ନାମ ପରିବର୍ତ୍ତନ କରାଯିବ ମସ୍କଙ୍କ ପକ୍ଷରୁ ସବୁଠୁ ବଡ଼ ପଦକ୍ଷେପ। ପ୍ଲାଟଫର୍ମର ପରିଚୟ ସଂପୂର୍ଣ୍ଣ ଭାବେ ବଦଳାଇବା ପଛର ଉଦ୍ଦେଶ୍ୟ ମସ୍କ ଟୁଇଟର ନାମ ସହିତ ଆଗକୁ ବଢିବାକୁ ଚାହାନ୍ତି ନାହିଁ। ଏହି ପରିବର୍ତ୍ତନକୁ ନେଇ ୟୁଜର୍ସଙ୍କ ପକ୍ଷରୁ ମିଶ୍ରିତ ପତିକ୍ରିୟା ପ୍ରକାଶ ପାଇଛି।

ମସ୍କ ଟୁଇଟ୍ କରି ଜଣାଇଥିଲେ ଯେ, ଟୁଇଟରରେ କରାଯାଇଥିବା ପରିବର୍ତ୍ତନ ଧିରେ ଧିରେ ସମସ୍ତ ପ୍ଲାଟଫର୍ମରେ ୟୁଜର୍ସଙ୍କୁ ଦେଖିବାକୁ ମିଳିବ ଏବଂ ଏହାର ଆରମ୍ଭ ହୋଇ ଯାଇଛି। ଟୁଇଟରର ଆନୁଷ୍ଠାନିକ ଆକାଉଣ୍ଟର ନାମଠୁ ନେଇ ପ୍ରୋଫାଇଲ ଫଟୋ ବଦଳି ସାରିଛି। ହେଲେ ଏହାର ହ୍ୟାଣ୍ଡେଲ ଏବେ ମଧ୍ୟ @twitter ରହିଛି। ଏହା ବ୍ୟତୀତ ଏବେ ୟୁଜର୍ସଙ୍କୁ x.com ଯିବା ସ୍ଥିତିରେ ଟୁଇଟରରେ ରିଡାଇରେକ୍ଟ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ