କଳାହାଣ୍ଡି କ୍ଷତ୍ରୀୟ ପାଇକସମାଜ ଭବନ ନିର୍ମାଣ ପାଇଁ ମିଳିଲା ୧୫ ଲକ୍ଷ ଟଙ୍କାର ଅନୁଦାନ


କଳାହାଣ୍ଡି,୨୬/୦୭-କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜର ଭବନ ନିର୍ମାଣ ପାଇଁ ରାଜ୍ୟର ନବୀନ ସରକାର ୧୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏ ସଂପର୍କରେ ସୂଚନା ମିଳିବା ପରେ କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ତରଫରୁ ଖୁସି ବ୍ୟକ୍ତ କରାଯିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍‌-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ଧନ୍ୟବାଦ ଦିଆଯାଇଛି । ଏନେଇ ମତ ପ୍ରକାଶ କରିବା ସହିତ କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜର ସଭାପତି ପ୍ରଦୀପ କୁମାର ଘଡେଇ ଏନେଇ ରାଜ୍ୟ ସରକାର, ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍‌-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ଧନ୍ୟବାଦ ସହିତ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ, ଗତ ମାସକ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍‌-ଟି ଇନଚାର୍ଜ ଭି. କାର୍ତ୍ତିକେୟନ ପାଣ୍ଡିୟାନ ତିନିଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିବାବେଳେ କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜର ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ସମାଜର ଭବନ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ଦାବିପତ୍ର ଗ୍ରହଣ ସହିତ ଏନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଶ୍ରୀ ପାଣ୍ଡିୟାନ । ଦାବିପତ୍ର ଦେବାର ଅଳ୍ପଦିନ ମଧ୍ୟରେ ଦାବି ପୂରଣ ହେବା ସହିତ ୧୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିବାରୁ କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ତରଫରୁ ଏନେଇ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସଚିବଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।