Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଞ୍ଜୁକୁ ଏବେ ଆଉ ସ୍ଵୀକାର କରିବି ନାହିଁ, ନିକାହ କରି ସେ ଫାତିମା ହୋଇ ସାରିଛି: ସ୍ଵାମୀ ଅରବିନ୍ଦ

ନୂଆଦିଲ୍ଲୀ: ଫେସବୁକ ପ୍ରେମ ଯୋଗୁଁ ସ୍ଵାମୀ ଏବଂ ପରିବାର ଲୋକଙ୍କୁ ଧୋକା ଦେଇ ପାକିସ୍ତାନ ଚାଲି ଯାଇଥିବା ରାଜସ୍ଥାନର ଅଞ୍ଜୁକୁ ନେଇ ତାଙ୍କ ବାପା ଏବଂ ସ୍ଵାମୀ କ୍ଷୁବ୍ଧ। ଅନ୍ୟପଟେ ପାକିସ୍ତାନରେ ଅଞ୍ଜୁ ଫାତିମା ହୋଇ ପ୍ରେମିକା ନରସୁଲ୍ଲାଙ୍କ ସହ ନିକାହ କରି ସାରିଛନ୍ତି। ଏହା ଦେଖି ସ୍ଵାମୀ ଅରବିନ୍ଦଙ୍କ ହୃଦୟ ଭାଙ୍ଗି ସାରିଛି। ଏବେ ଆଉ ଅଞ୍ଜୁକୁ ସେ ସ୍ଵୀକାର କରିବେ ନାହିଁ ବୋଲି ଅରବିନ୍ଦ କହିଛନ୍ତି।

ସେ କହିଛନ୍ତି, ଅଞ୍ଜୁ ନିଜ ଇଚ୍ଛାରେ ଯାଇଛନ୍ତି। ନା ସେ ପିଲାଙ୍କୁ କିଛି ଜଣାଇଛି ନା କୌଣସି ସମ୍ପର୍କୀୟଙ୍କୁ କିଛି କହିଛି। ଯେବେ ଅରବିନ୍ଦଙ୍କୁ ପ୍ରଶ୍ନ କରାଗଲା ଯେ, ଭିସା ଅବଧି ସରିବା ପରେ ତ ଅଞ୍ଜୁ ଭାରତ ଫେରି ଆସିବେ। କଣ ତାଙ୍କୁ ସେ ସ୍ଵୀକାର କରିବେ। ଏହା ଉପରେ ଅରବିନ୍ଦ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଏବେ ସେ ଆଉ ତାଙ୍କୁ ସ୍ଵୀକାର କରିବେ ନାହିଁ। ସାମାଜିକ ଗଣମାଧ୍ୟମରେ ଅଞ୍ଜୁ ଏବଂ ନସରୁଲ୍ଲାଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ମଧ୍ୟ ଅଞ୍ଜୁ ଏବେ ମଧ୍ୟ ଧର୍ମ ପରିବର୍ତ୍ତନ ଏବଂ ନିକାହ ଖବରକୁ ଖଣ୍ଡନ କରୁଛନ୍ତି। ଅରବିନ୍ଦଙ୍କ ମତରେ ଅଞ୍ଜୁ ମିଛ କହୁଛି। ଯାହା କିଛି ଚିତ୍ର ସାମ୍ନାକୁ ଆସିଛି ତାହା ଦେଖିଲେ ଲାଗୁଛି ଅଞ୍ଜୁ ବିବାହ କରି ସାରିଛି ବୋଲି ଅରବିନ୍ଦ କହିଛନ୍ତି।