କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ହେଲେ ଶିବାଜୀ ମାଝୀ


କଳାହାଣ୍ଡି,୦୧/୦୮-ଆଜି ରାଜ୍ୟ ସରକାର ରାଜ୍ୟର ନବଗଠିତ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ନିଯୁକ୍ତି ଘୋଷଣା କରିଛନ୍ତି ! ଏଇ କ୍ରମରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀ ! ଶ୍ରୀ ମାଝୀଙ୍କ ନୂତନ ନିଯୁକ୍ତି ସଂପର୍କରେ ଖବର ମିଳିବା ପରେ ଲାଞ୍ଜିଗଡ଼ ବ୍ଲକ ସମେତ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ! ସୂଚନାଯୋଗ୍ୟ, ଗତ ୨୦୦୯ରେ ନବଗଠିତ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇ ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ହେବାର ଗୌରବ ଲାଭ କରିଥିଲେ ସେ ! ପରବର୍ତ୍ତୀ ସମୟରେ ସେ ୨୦୧୯ ନିର୍ବାଚନ ସମୟରେ ବିଜେଡିରେ ସାମିଲ ହୋଇ ଦଳର ସଂଗଠନକୁ ମଜବୁତ୍ କରିବା ଦିଗରେ ଉଦ୍ୟମ ଜାରି ରଖିଥିଲେ ! ଆଜି ନବଗଠିତ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ଶ୍ରୀ ମାଝୀ ନିଯୁକ୍ତି ପାଇବା ପରେ ତାଙ୍କ ସମର୍ଥକ ମହଲରେ ଖୁସିର ଲହରୀ ଖେଳିଯାଇଛି ! ଏପରିକି ଜିଲ୍ଲାର ଆଦିମ ଜନଜାତି ଓ ଆଦିବାସୀ ଲୋକକଳାର ସଂରକ୍ଷଣ ତାଙ୍କର ପ୍ରାଥମିକତା ହେବ ବୋଲି ଜଣାପଡ଼ିଛି !