କଳାହାଣ୍ଡି,୦୪/୦୮-କଂଗ୍ରେସ ଦଳର ଜଣେ ଟାଣୁଆ ଯୁବନେତା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବର୍ତ୍ତମାନର ରାଜ୍ୟ କଂଗ୍ରେସର ବରିଷ୍ଠ ସାମାଜିକ ଗଣମାଧ୍ୟମ ସାଧାରଣ ସଂପାଦକ ମୂରଲୀଧର ନାଏକଙ୍କୁ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ସଂଯୋଜକ ଭାବେ ନିଯୁକ୍ତି ମିଳିଛି ! ଏଆଇସିସି ଦ୍ବାରା ଜାରି ବିଜ୍ଞପ୍ତି ଅନୁସାରେ ଓଡ଼ିଶାର ୨୪ଟି ଅନୁସୂଚିତ ଜାତି ଓ ୩୩ଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ବିଧାନସଭା କ୍ଷେତ୍ରରେ କଂଗ୍ରେସ ତରଫରୁ ଦକ୍ଷ କର୍ମକର୍ତ୍ତାମାନଙ୍କୁ ନିର୍ବାଚନମଣ୍ଡଳୀ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ! ସେଥିମଧ୍ୟରୁ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ସଂଯୋଜକ ଭାବେ ଯୁବନେତା ଶ୍ରୀ ନାଏକଙ୍କୁ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି ! ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କଂଗ୍ରେସର ସାଧାରଣ ସଂପାଦକ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ମୂରଲୀ ପରବର୍ତ୍ତୀ ସମୟରେ ଜିଲ୍ଲା ପରିଷଦ ସଭ୍ୟ, ଦଳର ଜିଲ୍ଲା ଓ ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଏବଂ ରାଜ୍ୟ କଂଗ୍ରେସର ସାମାଜିକ ଗଣମାଧ୍ୟମ ସାଧାରଣ ସଂପାଦକ ଭାବେ ଦାୟିତ୍ବ ନିର୍ବାହ କରିସାରିଛନ୍ତି ! ସେହିପରି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀ ପାଇଁ ସୁଦର୍ଶନ ବିଶ୍ବାଳଙ୍କୁ ସଂଯୋଜକ ଭାବେ ଦାୟିତ୍ବ ଦିଆଯାଇଛି ! ଏଇ ପରିପ୍ରେକ୍ଷୀରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ, ଅଖିଳ ଭାରତ କଂଗ୍ରେସ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ବିଭାଗର ରାଷ୍ଟ୍ରୀୟ ସଂଯୋଜକ କେ. ରାଜୁଙ୍କ ନିର୍ଦ୍ଦେଶ କ୍ରମେ, ଦଳର ଅନୁସୂଚିତ ଜାତି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜେଶ ଲିଲୋଠିଆ ୨୪ ଜଣ ଓ ରଅନୁସୂଚିତ ଜନଜାତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବାଜୀରାଓ ମୋଘେ ୩୩ ଜଣ ସଂଯୋଜକଙ୍କ ନାମ ଘୋଷଣା କରିଛନ୍ତି ! ଏନେଇ ରାଜ୍ୟ କଂଗ୍ରେସର ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ତଥା ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ବର୍ଗର ସଂଯୋଜକ ବାଙ୍କନିଧି ବେହେରା ସୂଚନା ଦେଇଛନ୍ତି !