Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ଵସ୍ତି, ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦ ସାଙ୍ଗିଆ ମାନହାନୀ ମାମଲାରେ ବହୁତ ବଡ଼ ଆଶ୍ଵସ୍ତି ମିଳିଛି। ମାମଲାରେ ଦୋଷ ସିଦ୍ଧ ଏବଂ ୨ ବର୍ଷର କାରାଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ରାହୁଲ ନିଜର ଲୋକସଭା ସଦସ୍ୟତା ପୁନଃ ଫେରି ପାରିବା ସହ ଏବେ ସେ ସଂସଦ ଯାଇ ଗୃହ କାର୍ଯ୍ୟରେ ଯୋଗ ନେଇ ପାରିବେ। ଯଦି ତାଙ୍କ ସଜା ଉପରେ ରୋକ୍ ଲାଗି ନଥାନ୍ତା ତେବେ ସେ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢି ପାରି ନ ଥାନ୍ତେ। ତେଣୁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀ, କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ପାଇଁ ଆଶ୍ଵସ୍ତିର ଖବର।

କେସର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି, ଆମେ ଜାଣିବାକୁ ଚାହୁଁଛୁ ଯେ, ରାହୁଲଙ୍କୁ ସର୍ବାଧିକ ଦଣ୍ଡ କାହିଁକି ଦିଆଗଲା। ଜଜ୍ ଯଦି ଏକ ବର୍ଷ ଏବଂ ୧୧ ମାସର ସଜା ଦେଇଥାନ୍ତେ ତେବେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। ଏହା ଉପରେ ପୂର୍ଣ୍ଣେଶ ମୋଦୀଙ୍କ ଓକିଲ କହିଛନ୍ତି, ଏମିତି ଦଣ୍ଡ ବୋଧହୁଏ ଏଥିପାଇଁ ଦିଆଯାଇଥିଲା କାରଣ ରାହୁଲଙ୍କୁ ପୂର୍ବରୁ ଆପତ୍ତି ଜନକ ଟିପ୍ପଣୀ ନ ଦେବାକୁ ଉପଦେଶ ଦିଆଯାଇଥିଲା। କିନ୍ତୁ ରାହୁଲଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯଦି ଏହି କେସରେ ଗୋଟିଏ ଦିନ ବି ସଜା କମ ହୋଇଥାନ୍ତା ତେବେ ରାହୁଲଙ୍କୁ ଏମିତି ଦଣ୍ଡ ମିଳି ନ ଥାନ୍ତା।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ହାଇକୋର୍ଟଙ୍କ ଆଦେଶର ପ୍ରଭାବ ଏକ ସଂସଦୀୟ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇପାରେ। ରାହୁଲ ଗାନ୍ଧୀଙ୍କ ସାର୍ବଜନୀନ ଜୀବନର ମୌଳିକ ଅଧିକାର ମଧଯୟ ପ୍ରଭାବିତ ହୋଇଛି। କେବଳ ଏତିକି ନୁହେଁ ମତଦାତାଙ୍କ ଅଧିକାର ମଧ୍ୟ ପ୍ରଭାବିତ ହୋଇଛି। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ରାହୁଲଙ୍କୁ ସର୍ବାଧିକ ଦଣ୍ଡ କାହିଁକି ଦିଆଗଲା ନିମ୍ନ ଅଦାଲତର ବିଚାରପତି କୌଣସି କାରଣ ଦେଇ ପାରି ନାହାନ୍ତି। ତେଣୁ ଚୂଡାନ୍ତ ନିଷ୍ପତ୍ତି ନ ହେବା ଯାଏ ରାହୁଲଙ୍କ ଦୋଷ ସିଦ୍ଧ ଆଦେଶ ଉପରେ ରୋକ୍ ଲଗାଯାଉଛି। ଏହି ମାମଲା କୌଣସି ଗୋଟିଏ ବ୍ୟକ୍ତିଙ୍କର ନୁହେଁ ବରଂ ପୂରା ସଂସଦୀୟ କ୍ଷେତ୍ରର।