Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାପୁରରେ ବିଜେଡିର ମିଶ୍ରଣ ପର୍ବ : ଦଳରେ ସାମିଲ ହେଲେ ୨ କଂଗ୍ରେସ, ୧ ବିଜେପି ନେତା

କଳାହାଣ୍ଡି,୧୨/୦୮-ରାଜ୍ୟର ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ଜଣେ ମହିଳା ନେତ୍ରୀଙ୍କ ସମେତ ୩ଜଣ କଂଗ୍ରେସ ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି ! ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ହୀରାପୁର ସ୍ଥିତ ବାସଭବନରେ ଆଜି ଏଇ ନେତାମାନେ ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି ! ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜଣେ ସଫଳ ନାରୀନେତ୍ରୀ, ସମାଜସେବୀ ଫୁଲମେ ମାଝୀ ଆଜି କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିବାବେଳେ କୁମଖାଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ମୁଲୁ ମାଝୀ ଓ ବିଜେପିର ପ୍ରଫୁଲ୍ଲ ଦଳପତି ପ୍ରମୁଖ ଆଜି ବିଜେଡିରେ ଯୋଗଦେଇଥିବା ଜଣାପଡ଼ିଛି ! ବିଧାୟକ ଶ୍ରୀ ଦିଶାରୀଙ୍କ ତାରାପୁରସ୍ଥିତ ବାସଭବନରେ ଅନୁଷ୍ଠିତ ଏକ ଔପଚାରିକ ମିଶ୍ରଣ ପର୍ବରେ ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆଁ, ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ସମାଜସେବୀ ହରିଶଙ୍କର ପାତ୍ର, ଯୁବନେତା ହିମାଦ୍ରୀ ପେସନିଆ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ବନମାଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ