Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୩ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କଲା ଏଲନ ମସ୍କଙ୍କ କମ୍ପାନୀ ଏକ୍ସ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ୍ସ(ପ୍ରଥମେ ଥିଲା ଟୁଇଟର) ୨୩ ଲକ୍ଷ ଭାରତୀୟ ଆକାଉଣ୍ଟକୁ ବ୍ୟାନ କରିଛି। ଯଦି ଆପଣ ଏକ୍ସର ୟୁଜର ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଜରୁରୀ। ଏକ ରିପୋର୍ଟ ଅନୁଯାୟୀ, ଜୁନ ଓ ଜୁଲାଇରେ ଏଲନ ମସ୍କଙ୍କ କମ୍ପାନୀ ଏକ୍ସ କର୍ପ(ପୂର୍ବେ ଟୁଇଟର ନାମରେ ପରିଚିତ ଥିଲା) ଭାରତରେ ୨୩ ଲକ୍ଷ ୯୫ ହଜାର ୪୯୫ ଆକାଉଣ୍ଟ ଉପରେ କଟକଣା ଲଗାଇଛି। କୁହାଯାଉଛି କଟକଣା ଲଗାଯାଇଥିବା ଆକାଉଣ୍ଟ ଯୌନ ଶୋଷଣ ଏବଂ ନଗ୍ନତାକୁ ପ୍ରୋତ୍ସାହନ ଦେବା ଭଳି କଣ୍ଟେଣ୍ଟ ପୋଷ୍ଟ କରୁଥିଲେ।

ଏହା ବ୍ୟତୀତ କମ୍ପାନୀ ୧୭୭୨ ଏମିତି ଆକାଉଣ୍ଟକୁ ହଟାଇଛି, ଯାହା ଦେଶ ଭିତରେ ଆତଙ୍କବାଦକୁ ଉସୁକାଇବା ଭଳି କାମ କରୁଥିଲା। ଗତ ମାସରେ ଏକ୍ସ ମେ ୨୬ରୁ ଜୁନ ୨୫ ଅବଧିରେ ଭାରତରେ ୫ ଲକ୍ଷ ୪୪ ହଜାର ୪୭୩ ଆକାଉଣ୍ଟକୁ ବ୍ୟାନ୍ କରିଛି। ଏହି କାର୍ଯ୍ୟାନୁଷ୍ଠାନ ନୂତନ ଆଇଟି ଆକ୍ଟ ଆଧାରରେ ନିଆଯାଇଛି। ୨୦୨୧ର ନୂତନ ଆଇଟି ଆକ୍ଟର ନିୟମ ଅନୁଯାୟୀ, ଏକ୍ସ ନିଜର ମାସିକିଆ ରିପୋର୍ଟ ପ୍ରଦାନ କରିଛି, ଯେଉଁଥିରେ ଜଣା ପଡ଼ିଛି ଯେ, କମ୍ପାନୀକୁ ନିୟମ ପାଳନ କରିବାକୁ ପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ