Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କଲେ ପିଏମ ମୋଦୀ, କହିଲେ- ମଣିପୁରରେ ଏବେ ଶାନ୍ତି…

ନୂଆଦିଲ୍ଲୀ: ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହ ପରେ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ପୂର୍ବୋତର ରାଜ୍ୟରେ ଏବେ ଶାନ୍ତି ରହିଛି। ଶାନ୍ତି ମାଧ୍ୟମରେ ସମସ୍ୟାର ସମାଧାରନ୰ କେମିତି ବାହାରିବ ତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି।

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଶେଷ କରି ମଣିପୁରରେ ଯେଉଁ ହିଂସା ଘଟିଛି ସେଥିରେ ଅନେକ ଲୋକଙ୍କୁ ନିଜର ଜୀବନ ହରାଇବାକୁ ପଡ଼ିଛି। ମାଆ-ଝିଅଙ୍କ ସମ୍ମାନକୁ ତଳିତଳାନ୍ତ କରାଗଲା। ପୂରା ଦେଶ ମଣିପୁର ସହ ଅଛି। କେନ୍ଦ୍ର ଓ ରାଜ୍ୟ ସରକାର ମଣିପୁର ସମସ୍ୟାର ସମାଧାନ ପାଇଁ ଲଗାତାର ଉଦ୍ୟମ ଚଳାଇଛନ୍ତି। ସମାଧାନ କେବଳ ଶାନ୍ତି ଦ୍ଵାରା ମିଳି ପାରିବ। ମଣିପୁରବାସୀ କିଛି ଦିନ ହେବ ଯେଉଁ ଶାନ୍ତି ବଜାୟ ରଖିଛନ୍ତି ତାକୁ ଆଗକୁ ବଢାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ମଣିପୁର ହିଂସାକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ଖୁବ ହଙ୍ଗାମା ହୋଇଛି। ନୂତନ ମେଣ୍ଟ ଇଣ୍ଡିଆ ସମେତ ବିରୋଧୀ ଦଳ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତି ଦାବି କରିଥିଲେ। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସଂସଦରେ ମନ୍ତବ୍ୟ ନ ଦେବାରୁ ବିରୋଧୀ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବାଧ୍ୟ ହେଲେ ବୋଲି ରାଜନୈତିକ ସମୀକ୍ଷକ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ