Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଣି ଥରେ ଲାଲକିଲ୍ଲାରୁ…ପିଏମ ମୋଦୀ ସେଟ୍ କରି ଦେଲେ ୨୦୨୪ର ଏଜେଣ୍ଡା, କଂଗ୍ରେସକୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ: ୭୭ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ କେବଳ ସରକାରଙ୍କ ଉପଲବ୍ଧି ବଖାଣି ନାହାନ୍ତି ବରଂ ୨୦୨୪ ସାଧାରଣ ନିର୍ବାଚନର ଏଜେଣ୍ଡା ମଧ୍ୟ ସେଟ୍ କରିଛନ୍ତି। ସେ କହିଛନ୍ତି, ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ମୁଁ ପୁଣି ଥରେ ଦେଶର ସଂକଳ୍ପ, ସାମର୍ଥ୍ୟ ଓ ସଫଳତାର ପରିଣାମକୁ ପ୍ରସ୍ତୁତ କରିବି। ଆଗାମୀ ୫ ବର୍ଷ ବହୁତ ମହତ୍ଵପୂର୍ଣ୍ଣ ଯଦ୍ଵାରା ୨୦୪୭ରେ ଆମେ ଭାରତକୁ ଏକ ବିକଶିତ ରାଷ୍ଟ୍ର ହିସାବରେ ଦେଖି ପାରିବା। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଭ୍ରଷ୍ଟାଚାର, ପରିବାରବାଦ ଓ ତୃଷ୍ଟୀକରଣ ଉପରେ ଭାଷଣ ଦେଇ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ପରିବାରବାଦ ଦେଶ ପାଇଁ ହାନୀକାରକ ଏବଂ ଏଥିରୁ ମୁକ୍ତି ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୨୦୧୪ରେ ମୁଁ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇଥିଲି ଏବଂ ଏହାକୁ ପୂରା କରିଛି। ୨୦୧୯ରେ ଆପଣ ପୁଣି ଥରେ ଆଶୀର୍ବାଦ ଦେଇଛନ୍ତି। ଆଗାମୀ ୫ ବର୍ଷ ଅଦ୍ଭୁତପୂର୍ବ ବିକାଶର ସମୟ। ଆସନ୍ତା ବର୍ଷ ୧୫ ତାରିଖରେ ପୁଣି ଥରେ ମୁଁ ଏହି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବି। ପିଏମ ମୋଦୀ ୩ ଖରାପ ଗୁଣ ଉଲ୍ଲେଖ କରି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ଭ୍ରଷ୍ଟାଚାର, ପରିବାରବାଦ ଓ ତୃଷ୍ଟୀକରଣ। ଭ୍ରଷ୍ଟାଚାରରୁ ମୁକ୍ତି ପାଇବାର ଅଛି। ଦେଶରେ ଯେଉଁ ଦୁଇ ଲୋକ ଫାଇଦା ଉଠାଉଥିଲେ ସେମାନଙ୍କୁ ଅଟକାଇ ଦେଇଛି।

ପିଏମ ମୋଦୀ ଭାଷଣ ଆରମ୍ଭରେ ମଣିପୁର ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ସେଠାକାର ବାସିନ୍ଦାଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପୂରା ଦେଶ ଆପଣଙ୍କ ସହିତ ରହିଛି। ମଣିପୁରରେ ଯେଉଁ ହିଂସା ଘଟିଛି ସେଥିରେ ଅନେକ ଲୋକଙ୍କୁ ନିଜର ଜୀବନ ହରାଇବାକୁ ପଡ଼ିଛି। ମାଆ-ଝିଅଙ୍କ ସମ୍ମାନକୁ ତଳିତଳାନ୍ତ କରାଗଲା। ପୂରା ଦେଶ ମଣିପୁର ସହ ଅଛି। କେନ୍ଦ୍ର ଓ ରାଜ୍ୟ ସରକାର ମଣିପୁର ସମସ୍ୟାର ସମାଧାନ ପାଇଁ ଲଗାତାର ଉଦ୍ୟମ ଚଳାଇଛନ୍ତି। ସମାଧାନ କେବଳ ଶାନ୍ତି ଦ୍ଵାରା ମିଳି ପାରିବ। ମଣିପୁରବାସୀ କିଛି ଦିନ ହେବ ଯେଉଁ ଶାନ୍ତି ବଜାୟ ରଖିଛନ୍ତି ତାକୁ ଆଗକୁ ବଢାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।