Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚନ୍ଦ୍ର ମିଶନ ପାଇଁ ଆଜି ଗୁରୁତ୍ଵପୂର୍ଣ୍ଣ ଦିନ, ପ୍ରୋପଲସନ ମୋଡ୍ୟୁଲଠୁ ଅଲଗା ହେବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ: ଭାରତର ମିଶନ ମୁନ ପାଇଁ ଆଜି ଦିନଟି ବହୁତ ମହତ୍ଵପୂର୍ଣ୍ଣ। ଇସ୍ରୋ ଦ୍ଵାରା ପ୍ରକ୍ଷେପଣ ଚନ୍ଦ୍ରଯାନ-୩ ପ୍ରତି ମୁହୂର୍ତ୍ତରେ ଚନ୍ଦ୍ରର ନିକଟତର ହେବାରେ ଲାଗିଛି। ଏହା ପୂର୍ବରୁ ବୁଧବାର ଇସ୍ରୋ ଚନ୍ଦ୍ରଯାନକୁ ୧୫୩ କିମି x ୧୬୩ କିମି କକ୍ଷରେ ପ୍ରବେଶ କରାଇଥିଲା। ଆଜି ଚନ୍ଦ୍ରଯାନ ମିଶନର ଅନ୍ତିମ ପର୍ଯ୍ୟାୟ। ଆଉ କିଛି ସମୟ ପରେ ଚନ୍ଦ୍ରଯାନ-୩ ଦୁଇ ଭାଗରେ ବିଭକ୍ତ ହେବ। ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ପ୍ରୋପଲସନ ମୋଡ୍ୟୁଲଠୁ ଅଲଗା ହେବେ। ଏହା ପରେ ଚନ୍ଦ୍ର ଭୂପୃଷ୍ଠରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ। ଇସ୍ରୋ ଆଶା କରିଛି ଯେ, ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୫ଟା ୪୭ରେ ଚନ୍ଦ୍ରଯାନ ସୁରକ୍ଷିତ ଅବତରଣ କରିବ।

ଚନ୍ଦ୍ରଯାନ-୩ ପାଇଁ ଆଜିର ଦିନ ବହୁତ ଗୁରୁତ୍ଵପୂର୍ଣ୍ଣ। ଆଜି ଚନ୍ଦ୍ରଯାନ-୩ର ସ୍ପେସକ୍ରାଫ୍ଟକୁ ୨ଟି ଅଂଶରେ ବିଭକ୍ତ କରାଯିବ। ଦୁଇଟି ଅଂଶ ହେଉଛି ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ। ଏହି ଦୁଇ ଅଂଶ ପ୍ରୋପଲସନ ମୋଡ୍ୟୁଲଠୁ ଅଲଗା ହେବେ। ଏହି ପ୍ରକ୍ରିୟା ପରେ ଚନ୍ଦ୍ରଯାନ-୩ର ଅନ୍ତିମ ପ୍ରକ୍ରିୟା ପୂରା ହୋଇଯିବ। କାରଣ ଏହା ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସବୁଠୁ ଗୁରୁତ୍ଵପୂର୍ଣ୍ଣ କାମ ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନର ହେବ। ଏହା ପରେ ଅଗଷ୍ଟ ୨୩ରେ ଅବତରଣ ପାଇଁ ଉଦ୍ୟମ କରାଯିବ।

ଲ୍ୟାଣ୍ଡର ବିକ୍ରମ ନିଜ ସହ ରୋଭରକୁ ନେଇ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପରେ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ଅଲଗା ହୋଇଯିବ। ଆଜି ଲ୍ୟାଣ୍ଡର ଓ ରୋଭର ଏକ ସଙ୍ଗେ ପ୍ରୋପସଲନ ମୋଡ୍ୟୁଲଠୁ ଅଲଗା ହେବେ। ଚନ୍ଦ୍ରଯାନର ତୃତୀୟ ମହତ୍ଵପୂର୍ଣ୍ଣ ଅଂଶ ହେଉଛି ପ୍ରୋପଲ୍ସନ ମୋଡ୍ୟୁଲ, ଯିଏ ଲ୍ୟାଣ୍ଡର ଓ ରୋଭର ଉଭୟଙ୍କୁ ଧରି ମହାକାଶକୁ ଯାଇଛି। ପ୍ରୋପଲସନ ମୋଡ୍ୟୁଲର କାମ ଲ୍ୟାଣ୍ଡର ଓ ରୋଭରକୁ ଚନ୍ଦ୍ର ନିକଟକୁ ନେଇଯିବା। ଆଜି ପ୍ରୋପଲସନ ମୋଡ୍ୟୁଲର କାମ ପୂରା ହେବ।