Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚନ୍ଦ୍ରକୁ ପୁନର୍ବାର ଯିବାକୁ ଭାରତ ଜୁଟାଇ ପାରିଲା ସାହାସ, ୪ ବର୍ଷରେ ୪ ଦେଶ ଫେଲ୍

ନୂଆଦିଲ୍ଲୀ: ଦୁନିଆର ନଜର ରୁଷର ଲୁନା-୨୫ ଓ ଭାରତର ଚନ୍ଦ୍ରଯାନ-୩ର ଦୌଡ଼ ଉପରେ ଥିଲା। ତେବେ ଲୁନା-୨୫ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ଏମିତିରେ ଗତ ୪ ବର୍ଷର ରେକର୍ଡକୁ ଯଦି ଦେଖିବା ତେବେ ୪ ଦେଶ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଫଳ ହୋଇଛନ୍ତି। କିନ୍ତୁ ଏଥିରୁ ଭାରତ ଏକମାତ୍ର ଦେଶ ଯିଏ ଚନ୍ଦ୍ରଯାନ-୨ର ବିଫଳତା ପରେ ପୁଣି ଥରେ ଚନ୍ଦ୍ର ଅଭିଯାନ ପାଇଁ ସାହାସ ଜୁଟାଇ ପାରିଛି।
ଭାରତ (ଚନ୍ଦ୍ରଯାନ-୨), ଇସ୍ରାଏଲ(ବେରେସିଟ), ଜାପାନ(ହକୁତୋ-ଆର) ଓ ରୁଷ(ଲୁନା-୨୫) ଏହି ଦେଶର ମିଶନ ବିଫଳ ହୋଇଛି। ସବୁଠି ସେହି ସମାନ କଥା, ଅବତରଣ କରିବାର ଅନ୍ତିମ ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ମିଶନ ଫେଲ ହୋଇଛି କିମ୍ବା ଚନ୍ଦ୍ରପୃଷ୍ଠରେ ଖସି ପଡ଼ିଛି।

ଭାରତର ରେକର୍ଡ କାହିଁକି ଖାସ୍
୨୦୧୯ରେ ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ)ର ତତ୍କାଳୀନ ଅଧ୍ୟକ୍ଷ କେ ଶିବନ ଅବତରଣ ପ୍ରକ୍ରିୟାକୁ ଭୟର ୧୫ ମିନିଟ ଆଖ୍ୟା ଦେଇଥିଲେ। ଖାସ୍ କଥା ଚନ୍ଦ୍ରରେ ଅବତରଣ କରିବାର ଉଦ୍ୟମ ଓ ବିଫଳ ହୋଇଥିବା ଦେଶ ମଧ୍ୟରେ ଭାରତ ଏକମାତ୍ର ଯିଏ ପୁଣି ଥରେ ଦ୍ଵିତୀୟ ଉଦ୍ୟମ କରିଛି। ୨୦୧୯ରେ ହୋଇଥିବା ତ୍ରୁଟିରୁ ଶିକ୍ଷା ନେଇ ଇସ୍ରୋ ଚନ୍ଦ୍ରଯାନ-୩ରେ ଅନେକ ସୁରକ୍ଷା ଉପାୟର ବ୍ୟବସ୍ଥା କରିଛି।

କୁହାଯାଏ ଚନ୍ଦ୍ର ପୃଷ୍ଠରେ ଅବତରଣର ସବୁଠୁ ସଫଳ ଉଦ୍ୟମ ୧୯୬୬ ଓ ୧୯୭୬ରେ ହୋଇଥିଲା। ନିକଟ ଅତୀତରେ ଚୀନ ଏହି କ୍ଷେତ୍ରରେ ବେଶ ସଫଳତା ହାସଲ କରିଛି। ଡ୍ରାଗନ ୨୦୧୩ରେ ଅନ୍ତରୀକ୍ଷ ଯାନ ଚାଙ୍ଗ ଇ-୩କୁ ପ୍ରଥମ ପ୍ରୟାସରେ ସଫଳତାପୂର୍ବକ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇଥିଲା। ପୁଣି ୨୦୧୯ରେ ଚାଙ୍ଗ ଇ-୪ ଚନ୍ଦ୍ରରେ ଅବତରଣ କରିବାରେ ସଫଳ ହୋଇଥିଲା।

ଚନ୍ଦ୍ରଯାନ-୩କୁ ଜୁଲାଇ ୧୪ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା। ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସଫଳତା ପରେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୁରକ୍ଷିତ ଅବତରଣ କରିପାରେ।