Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଡ଼ ଝଟକା ! X ଡିଲିଟ୍ କଲା ପୁରୁଣା ଡାଟା, କାମ କରୁନି ଲିଙ୍କ୍

ନୂଆଦିଲ୍ଲୀ: ଗତ ବର୍ଷ ଏଲନ ମସ୍କ ମାଇକ୍ରୋବ୍ଲୋଗିଂ ପ୍ଲାଟଫର୍ମ ଟୁଇଟର କିଣିଥିଲେ। ଏହା ପରଠୁ ଏଥିରେ ଅନେକ ପରିବର୍ତ୍ତନ ଆସିଲାଣି। ନିକଟରେ ଟୁଇଟରର ନାମ ଏବଂ ଲୋଗୋକୁ ବଦଳା ଯାଇ ଏକ୍ସ କରାଯାଇଛି। ଆଉ ଏବେ ବଡ଼ ଖବର ସାମ୍ନାକୁ ଆସିଛି ଯେ, ଏହି ପ୍ଲାଟଫର୍ମ ପୁରୁଣା ୟୁଜର୍ସ ଡାଟା ଡିଲିଟ୍ କରି ଦେଇଛି। ୨୦୧୧ରୁ ୨୦୧୪ ମଧ୍ୟରେ ୟୁଜର୍ସ ଯେଉଁ ସବୁ ପୋଷ୍ଟ କରିଥିଲେ ତାହା ସବୁ ହଟାଇ ଦିଆଯାଇଛି। ଏହା ବ୍ୟତୀତ ପୁରୁଣା ସର୍ଟ ଲିଙ୍କ ମଧ୍ୟ କାମ କରୁନି।

ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏକ୍ସ ଏମିତି ଜାଣିଶୁଣି କରିଛି ନା କୌଣସି ତ୍ରୁଟି ଯୋଗୁଁ ଏମିତି ହେଉଛି। ସେ ଯାହା ବି ହେଉ ଏମିତି ପରିବର୍ତ୍ତନ ଯୋଗୁଁ ଲକ୍ଷାଧିକ ୟୁଜର୍ସଦ ହଇରାଣ ହେଉଛନ୍ତି, ଯେଉଁମାନେ ପାଖାପାଖି ଏକ ଦଶନ୍ଧିରୁ ଅଧିକ ସମୟ ଧରି ମାଇକ୍ରୋବ୍ଲୋଗିଂ ବ୍ୟବହାର କରୁଛନ୍ତି।

ଏକ୍ସ ପ୍ଲାଟଫର୍ମରେ ୨୦୧୧ରୁ ୨୦୧୪ ମଧ୍ୟରେ ପୋଷ୍ଟ କରାଯାଇଥିବା ଫଟୋ ଡିଲିଟ୍ ହୋଇଥିବାର ସୂଚନା ସର୍ବ ପ୍ରଥମେ ଶନିବାର ଟମ୍ କୋଟ୍ସ ନାମକ ଜଣେ ୟୁଜର ଦେଇଥିଲେ ଏବଂ ଏହି ବିଷୟରେ ସେ ପୋଷ୍ଟ କରିଥିଲେ। ଏହା ପରେ ଅନ୍ୟ ୟୁଜର୍ସ ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ୨୦୧୧ରୁ ୨୦୧୪ ମଧ୍ୟରେ ସେୟାର କରାଯାଇଥିବା ସମସ୍ତ ଫଟୋ ଡିଲିଟ୍ ହୋଇ ସାରିଛି ଓ ପୁରୁଣା ଲିଙ୍କ୍ସ ମଧ୍ୟ କାମ କରୁନି।