Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚନ୍ଦ୍ରରେ ପ୍ରଜ୍ଞା ଓହ୍ଲାଇବା ମାତ୍ରେ ଛପିଗଲା ଅଶୋକ ସ୍ତମ୍ଭ, ଭିଡିଓ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ ପରେ ବିକ୍ରମ ଲ୍ୟାଣ୍ଡରରୁ ପ୍ରଜ୍ଞା ରୋଭର ବାହାରି ନିଜର କାମ ଆରମ୍ଭ କରି ଦେଇଛି। ଏହା ମଧ୍ୟରେ ଇସ୍ରୋ ତରଫରୁ ସଦ୍ୟତମ ଚତ୍ମକାର ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞା ବାହାରୁ ଥିବାର ଦୁଲର୍ଭର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ଲ୍ୟାଣ୍ଡର ମୋଡ୍ୟୁଲରୁ ରୋଭର ପ୍ରଜ୍ଞା ବାହାରିବା ମାତ୍ରେ ଚନ୍ଦ୍ର ପୃଷ୍ଠରେ ଭାରତର ଛାପ ଛାଡ଼ିଛି। ଅର୍ଥାତ ଚନ୍ଦ୍ର ମାଟିରେ ଅଶୋକ ସ୍ତମ୍ଭର ଚିହ୍ନ ଛପି ଯାଇଛି। ଏହା ସହିତ ଇସ୍ରୋର ଲୋଗୋ ମଧ୍ୟ ଅଙ୍କିତ ହୋଇ ଯାଇଛି।

ଏହା ସହିତ ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରର ଫଟୋ ଉତ୍ତୋଳନ କରିଛି। ଚନ୍ଦ୍ରଯାନ-୨ରେ ଅର୍ବିଟର ଉଚ୍ଚକ୍ଷମତା ସଂପନ୍ନ କ୍ୟାମେରା ଲଗାଯାଇଛି। ଚନ୍ଦ୍ରର ଚାରି ପାର୍ଶ୍ଵରେ ସଂପ୍ରତି ଯେତେ ଦେଶର ଅର୍ବିଟର ଘୁରୁଛି, ସେଥିରୁ ସବୁଠୁ ଉନ୍ନତ କ୍ୟାମେରା ଚନ୍ଦ୍ରଯାନ-୨ ଅର୍ବିଟରରେ ଲାଗିଛି। ଅର୍ବିଟର ଉତ୍ତୋଳନ କରିଥିବା ୨ଟି ଫଟୋକୁ ଇସ୍ରୋ ଟୁଇଟ୍ କରିଛି। ଇସ୍ରୋ ଲ୍ୟାଣ୍ଡରରୁ ପ୍ରଜ୍ଞା ରୋଭର ବାହାରୁଥିବା ଭିଡିଓ ମଧ୍ୟ ଟୁଇଟ୍ କରିଛି।

ଲ୍ୟାଣ୍ଡର ଓ ରୋଭରର ମୋଟ୍ ଓଜନ ୧୭୫୨ କିଲୋଗ୍ରାମ। ଏହାକୁ ଚନ୍ଦ୍ରର ବାତାବରଣର ଅଧ୍ୟୟନ କରିବା ଉଦ୍ଦେଶ୍ୟରେ ଗୋଟିଏ ଚନ୍ଦ୍ର ଦିବସ(ପାଖାପାଖି ପୃଥିବୀର ୧୪ ଦିନ) ଯାଏ କାମ କରିବା ପାଇଁ ପଠାଯାଇଛି। ରୋଭର ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ବିଚରଣ କରି ରସାୟନ ବିଶ୍ଳେଷଣ କାମରେ ଜୁଟି ଯାଇଛି। ରୋଭର ନିଜର ପେଲୋଡ ଏପିଏକ୍ସଏସ ଜରିଆରେ ଚନ୍ଦ୍ର ପୃଷ୍ଠର ଅଧ୍ୟୟନ କରିବ, ଯଦ୍ଵାରା ରସାୟନିକ ସରଞ୍ଚନା ବିଷୟରେ ତଥ୍ୟ ମିଳି ପାରିବ। ଏଥିସହ ପ୍ରଜ୍ଞା ଚନ୍ଦ୍ରର ମାଟି ଓ ଚଟାଣର ମୌଳିକ ସରଞ୍ଚନାର ମଧ୍ୟ ସନ୍ଧାନ କରିବ।