Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରେନ୍ଦ୍ର ସେହ୍ଵାଗଙ୍କ ଭବିଷ୍ୟତବାଣୀ, କୋହଲି ନୁହନ୍ତି ଏହି ଭାରତୀୟ କ୍ରିକେଟର ବିଶ୍ଵକପରେ କରିବେ ସର୍ବାଧିକ ରନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟର ବୀରେନ୍ଦ୍ର ସେହ୍ଵାଗ ନିକଟରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ସେହି ଖେଳାଳିଙ୍କ ନାମ କହିଛନ୍ତି, ଯିଏ ବିଶ୍ଵକପ୍ ୨୦୨୩ରେ ସବୁଠୁ ଅଧିକ ରନ କରିବ। ସେହ୍ଵାଗ କହିଛନ୍ତି ଜଣେ ଭାରତୀୟ ହିସାବରେ ସେ କୌଣସି ଜଣେ ଭାରତୀୟ ଖେଳାଳିଙ୍କୁ ହିଁ ବାଛିବେ, ମାତ୍ର ସେ ଟିମ୍ ଇଣ୍ଡିଆର ତାରକା ବ୍ୟାଟର ବିରାଟ କୋହଲିଙ୍କ ନାଁ ନେଇ ନାହାନ୍ତି। ଆଇସିସି ବୀରେନ୍ଦ୍ର ସେହ୍ଵାଗଙ୍କଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି।

ସେହ୍ଵାଗ କହିଛନ୍ତି, ମୋତେ ଲାଗୁଛି ଅନେକ ଓପନିଂ ବ୍ୟାଟର ରନ ଅଧିକ କରିବେ, କାରଣ ଭାରତର ପିଚ୍ ବ୍ୟାଟିଂ ପାଇଁ ଉପଯୋଗୀ ଏବଂ ଓପନରଙ୍କୁ ଲମ୍ବା ସମୟ ଯାଏ ବ୍ୟାଟିଂ କରିବାର ସୁଯୋଗ ମିଳିବ। ମୁଁ ଯଦି ଜଣେ ଓପନରଙ୍କୁ ବାଛିବାକୁ ଚାହିଁବି, ମୋ ମତରେ ସେହି ବ୍ୟାଟର ରୋହିତ ଶର୍ମା ହିଁ ରହିବେ। ଅନେକ ଓପନିଂ ବ୍ୟାଟର ଅଛନ୍ତି। କିନ୍ତୁ ଜଣେ ଭାରତୀୟ ହିସାବରେ ମୁଁ ରୋହିତ ଶର୍ମାଙ୍କୁ ଆଗରେ ରଖିବି।

ରୋହିତ ଶର୍ମାଙ୍କୁ ଚୟନ କରିବା କାରଣ ଦର୍ଶାଇ ସେହ୍ଵାଗ କହିଛନ୍ତି ଯେମିତି ବିଶ୍ଵକପ୍ ଆସେ ହିଟମ୍ୟାନଙ୍କ ଉର୍ଜା ଏବଂ ଫର୍ମରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ତାଙ୍କ ବ୍ୟାଟିଂ ସ୍ତର ବହୁତ ଅଧିକ ବଢିଯାଏ। ଏଥର ସେ ପୁଣି ଅଧିନାୟକ, ତେଣୁ ମୁଁ ଆଶା କରୁଛି ସେ ବହୁତ ରନ କରିବେ ବୋଲି ସେହ୍ଵାଗ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ