Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁନିଫର୍ମରେ ଭିଡିଓ ଏବଂ ରିଲ୍ କରନ୍ତୁ ନାହିଁ, କେନ୍ଦ୍ରୀୟ ସୁରକ୍ଷାବଳ ପାଇଁ ଆଦେଶ ଜାରି

ନୂଆଦିଲ୍ଲୀ: କେନ୍ଦ୍ରୀୟ ସୁରକ୍ଷାବଳର ଯବାନଙ୍କୁ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ନେଇ କଡ଼ା ତାଗିଦ୍ କରାଯାଇଛି। ସିଆରପିଏଫ ନିଜର ଯବାନଙ୍କୁ ଅଜଣା ଲୋକଙ୍କ ସହ ଅନଲାଇନରେ ବନ୍ଧୁତା ନ କରିବାକୁ କହିଛି। ଏହା ବ୍ୟତୀତ ଫଟୋ ଅପଲୋଡ୍ କରିବା ସମୟରେ ସତର୍କ କରିବାକୁ କୁହାଯାଇଛି, କାରଣ ଏହିପରି ସେମାନଙ୍କୁ ହନିଟ୍ରାପର ଶିକାର କରାଯାଇପାରେ। ଜାରି କରାଯାଇଥିବା ଚିଠିରେ କୁହାଯାଇଛି, ଦେଖିବାକୁ ମିଳିଛି ଯେ, ବହୁ ସଂଖ୍ୟାରେ ଯବାନ ନିଜର ୟୁନିଫର୍ମରେ ଭିଡିଓ ଏବଂ ଫଟୋ ଅପଲୋଡ୍ କରୁଛନ୍ତି। ଏପରିକି ଅନେକ ଲୋକଙ୍କୁ ଚାଟ୍ ମେସେଜ ବି ପଠାଉଛନ୍ତି।

କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ଅଲଗା ଅଲଗା ଅର୍ଦ୍ଧ ସାମରିକ ବଳ ଏବଂ ପୋଲିସ ବଳକୁ ଏ ସମ୍ପର୍କରେ ଚିଠି ଜାରି କରାଯାଇଛି। ସିଆରପିଏଫ ଏହାକୁ ଗୁରୁତର ସହ ଗ୍ରହଣ କରି ନିଜ ଯବାନଙ୍କୁ ନିର୍ଦ୍ଦେଶ ଜାରି କରିଛି ଏବଂ କହିଛି ୟୁନିଫର୍ମରେ ନିଜର ଭିଡିଓ, ଫଟୋ ଅପଲୋଡ୍ କରନ୍ତୁ ନାହିଁ ଏବଂ ଅଜଣା ଲୋକଙ୍କ ସହ ଅନଲାଇନରେ ବନ୍ଧୁତା କରନ୍ତୁ ନାହିଁ।

ଯଦି ନିର୍ଦ୍ଦେଶର ଅନୁପାଳନ ନ କରାଯାଏ ତେବେ ଉକ୍ତ ଯବାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହିପରି ଦିଲ୍ଲୀ ପୋଲିସ କମିସନର ସଞ୍ଜୟ ଆରୋରା ମଧ୍ୟ ଚିଠି ଜାରି କରି କହିଛନ୍ତି, ଗିରଫ ବ୍ୟକ୍ତି କିମ୍ବା ଆତ୍ମ ସମର୍ପଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି କମେଣ୍ଟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରନ୍ତୁ ନାହିଁ। ଯବାନ ଉଚ୍ଚସ୍ତରୀୟ ସୁରକ୍ଷା ଅଞ୍ଚଳରେ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରନ୍ତୁ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ