Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ର ପରେ ମଙ୍ଗଳ ଓ ଶୁକ୍ର ଯିବାକୁ ପ୍ରସ୍ତୁତ, କିନ୍ତୁ…ଇସ୍ରୋ  ମୁଖ୍ୟ ଏସ ସୋମନାଥଙ୍କ ବଡ଼ ବୟାନ

ତିରୁଅନନ୍ତପୁରମ: ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ) ଅଧ୍ୟକ୍ଷ ଏସ ସୋମନାଥ ଚନ୍ଦ୍ରଯାନ-3ର ସଫଳତାକୁ ନେଇ ବେଶ ଉତ୍ସାହିତ। ତାଙ୍କ କହିବା କଥା ଇସ୍ରୋ ଏତିକିରେ ଅଟକିବ ନାହିଁ। ଅାମେ ଚନ୍ଦ୍ର ପରେ ମଙ୍ଗଳ ଓ ଶୁକ୍ର ଗ୍ରହ ଯାତ୍ରା କରିବାର କ୍ଷମତା ରଖୁଛୁ। ଇସ୍ରୋ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପୂରା କରିବା ପାଇଁ ପ୍ରସ୍ତୁତ। ବାସ୍ ଆମକୁ ଆତ୍ମ ବିଶ୍ଵାସ ବଢାଇବାର ଆବଶ୍ୟକତା ରହିଛି। ଏଥିସହ ଅଧିକ ନିବେଶର ମଧ୍ୟ ଜରୁରୀ ରହିଛି।

ଇସ୍ରୋ ପ୍ରମୁଖ ଏସ ସୋମନାଥ  ଶନିବାର ରାତିରେ ତିରୁଅନନ୍ତପୁରମରେ  କହିଛନ୍ତି ଭାରତ ନିକଟରେ ଚନ୍ଦ୍ର ପରେ ମଙ୍ଗଳ ଓ ଶୁକ୍ର ଗ୍ରହ ଯାତ୍ରା କରିବାର କ୍ଷମତା ରହିଛି। ପିଏମ ମୋଦୀ ଆମକୁ ଯେଉଁ ଭିଜନ ଦେଇଥିଲେ, ଏହାକୁ ପୂରା କରିବାକୁ ଆମେ ପ୍ରସ୍ତୁତ। ଏହା ପୂର୍ବରୁ ଶନିବାର ବେଙ୍ଗାଲୁରୁରେ ଇସ୍ରୋ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଜୋରଦାର ସ୍ଵାଗତ କରାଯାଇଛି। ପିଏମ ମୋଦୀ ଇସ୍ରୋ ବୈଜ୍ଞାନିକଙ୍କ ଟିମକୁ ଭେଟିଥିଲେ, ଯେଉଁମାନେ ତୃତୀୟ ଚନ୍ଦ୍ର ମିଶନରେ ସାମିଲ୍ ଥିଲେ।

ସୂଚନାଯୋଗ୍ୟ, ଚନ୍ଦ୍ରଯାନ-3 ପରେ ସେପ୍ଟେମ୍ବର 2ରେ ସୂର୍ଯ୍ୟର ଗବେଷଣା ପାଇଁ ଇସ୍ରୋ ଆଦିତ୍ୟ ଏଲ-1 ଉତକ୍ଷେପଣ କରିବାକୁ ଯାଉଛି। ଏହା ଭାରତର ପ୍ରଥମ ସୂର୍ଯ୍ୟ ମିଶନ, ଯାହା ସୂର୍ଯ୍ୟର ଅଧ୍ୟୟନ କରିବ। ଇସ୍ରୋ ଅନୁଯାୟୀ, ଏହି ଅନ୍ତରୀକ୍ଷ ଯାନରେ ୭ ପ୍ରକାରର ବୈଜ୍ଞାନିକ ପେଲୋଡ୍ସ ରହିବ। ଏହା ଜରିଆରେ ଅଲଗା ଅଲଗା ପ୍ରକାରେ ସୂର୍ଯ୍ୟର ଅଧ୍ୟୟନ କରାଯିବ। ଏହି ଯାନ ପାଖାପାଖି ୫ ବର୍ଷ ସୂର୍ଯ୍ୟର ଅଧ୍ୟୟନ କରିବ।

ଆଦିତ୍ୟ ଏଲ-୧ ସୂର୍ଯ୍ୟର ଅଧ୍ୟୟନ କରିବାରେ ଭାରତର ପ୍ରଥମ ସମର୍ପିତ ବୈଜ୍ଞାନିକ ମିଶନ ହେବ। ଏହା ପୂର୍ବରୁ ଏହି ମିଶନର କଳ୍ପନା ଆଦିତ୍ୟ ଏଲ-୧ ରୂପେ କରାଯାଇଥିଲା, ଯେଉଁଥିରେ ୪୦୦ କିଲୋଗ୍ରାମ ବର୍ଗର ଉପଗ୍ରହ ସହିତ ଏକ ପେଲୋଡ, ଭିଜିବଲ ଏମିଶନ ଲାଇନ କୋରୋନାଗ୍ରାଫ ଭିଇଏଲସି ଥିଲା। ଏହାକୁ ପୃଥିବୀର କକ୍ଷରୁ ୮୦୦ କିମି ତଳକୁ ଉତକ୍ଷେପଣ କରାଯିବାର ଯୋଜନା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ