Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମ୍ମୁ-କାଶ୍ମୀରରେ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ, ରାଜ୍ୟ ମାନ୍ୟତା ଉପରେ ନିରବ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଧାରା ୩୭୦ ଉପରେ ଶୁଣାଣି ସମୟରେ କେନ୍ଦ୍ର ସରକାର ଗୁରୁବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ କୌଣସି ବି ସମୟରେ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ। ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ରାଜ୍ୟରେ ଭୋଟର ତାଲିକା ଅପଡେଟ୍ କରିବାର ପ୍ରକ୍ରିୟା ପାଖାପାଖି ସରିଗଲାଣି ଏବଂ ଏହାର ଚୂଡାନ୍ତ ତାଲିକା ପ୍ରସ୍ତୁତ ପାଇଁ ଗୋଟିଏ ମାସର ସମୟ ଲାଗିବ।

ମେହଟ୍ଟା କହିଛନ୍ତି ଜାମ୍ମୁ-କାଶ୍ମୀରରେ ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନ ପରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ରାଜ୍ୟ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସ୍ଥିର କରିବେ ଯେ କେଉଁ ନିର୍ବାଚନ ପ୍ରଥମେ ହେବା ଉଚିତ୍। ୩୭୦ ଉଚ୍ଛେଦ ପରଠୁ ରାଜ୍ୟରେ ଆତଙ୍କୀ ଘଟଣା ଆଶାତିତ ହ୍ରାସ ପାଇଛି। ଜାମ୍ମୁ-କାଶ୍ମୀର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାରିିଛି।

ଦେଶର ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ୫ ଜଣିଆ ସାମ୍ବିଧାନିକ ପୀଠକୁ ମେହଟ୍ଟା ଜଣାଇଛନ୍ତି, ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଲାଗୁ ହେବ। ପ୍ରଥମେ ପଞ୍ଚାୟତ ନିର୍ବାଚନ ହେବ। ଏହା ପୂର୍ବରୁ ଜିଲ୍ଲା ପରିଷଦ ନିର୍ବାଚନ ହୋଇ ସାରିଛି। କିନ୍ତୁ ମେହଟ୍ଟା କେବେ ଜାମ୍ମୁ-କାଶ୍ମୀରକୁ ପୂର୍ଣ୍ଣକାଳୀନ ରାଜ୍ୟ ମାନ୍ୟତା ମିଳିବ ସେ ପ୍ରଶ୍ନର ଉତ୍ତର ଦେଇ ପାରି ନାହାନ୍ତି। କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଅସ୍ଥାୟୀ ଅଟେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ