Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନଚ୍ଚିତ୍ର ବିବାଦ ମଧ୍ୟରେ ଜି-୨୦ରୁ ଦୂରେଇ ରହିବେ ସି ଜିନପିଙ୍ଗ, ପୂର୍ବରୁ ମନା କରି ସାରିଛନ୍ତି ପୁଟିନ

ନୂଆଦିଲ୍ଲୀ: ମାଚଚ୍ଚିତ୍ର ବିବାଦ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆସନ୍ତା ସପ୍ତାହରେ ଭାରତରେ ହେବାକୁ ଥିବା ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବାର ସମ୍ଭାବନା ବହୁତ କମ ରହିଛି। ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି-୨୦ ପାଇଁ ଭାରତ ଆସିବାକୁ ମନା କରିଥିଲେ। ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ଚୀନ ନିଜର ମାନଚ୍ଚିତ୍ରରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନକୁ ନିଜର ଅଂଶ ଦର୍ଶାଇ ଭାରତକୁ ଉସୁକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତ ଚୀନର ଏହି ମାନଚ୍ଚିତ୍ରକୁ ଖଣ୍ଡନ କରିଛି। ନିଜର ଭୁଲ୍ ମାନିବା ପରିବର୍ତ୍ତେ ଚୀନ ଏହାକୁ ଏକ ସ୍ଵାଭାବିକ ଘଟଣା ବୋଲି କହିଛି। ଫଳରେ ଦୁଇ ଦେଶ ମଧ୍ୟରେ ବିବାଦ ପୁଣି ଥରେ ତେଜି ଉଠିଛି।

ଚୀନର କୂଟନୀତି ଓ ଜି-୨୦ ଦେଶର ସରକାରଙ୍କ ପାଇଁ କାମ କରୁଥିବା ଜଣେ ଅଧିକାରୀଙ୍କ ଅନୁଯାୟୀ, ସି ଜିନପିଙ୍ଗଙ୍କ ସ୍ଥାନରେ ଚୀନର ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ ନୂଆଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଆୟୋଜିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ବେଜିଂର ପ୍ରତିନିଧିତ୍ଵ କରିବେ ବୋଲି ଆଶା କରାଯାଉଛି। ହେଲେ ଏହି ପ୍ରସଙ୍ଗରେ ଭାରତୀୟ ଏବଂ ଚୀନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ଭାରତରେ ଶିଖର ସମ୍ମିଳନୀର ଗୁରୁତ୍ଵ ଏଥିପାଇଁ ବଢି ଯାଇଛି କାରଣ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ। ଉଭୟ ବୈଠକରେ ଯୋଗ ଦେବେ ବୋଲି ସୂଚନା ଦେଇଥିଲେ। ଦୁଇ ଦେଶ ଦୁନିଆର ମହାଶକ୍ତି। ଏମିତିରେ ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ସାକ୍ଷାତରେ ଖରାପ ହୋଇଥିବା ସଂପର୍କକୁ ମଧୁରତା ମିଳିପାରେ। ହେଲେ ଜିନପିଙ୍ଗଙ୍କ ଭାରତ ଗସ୍ତ ଏବେ ଆଶଙ୍କାରେ ପଡ଼ି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ