Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ରରେ ଦ୍ଵିତୀୟ ଥର ଚନ୍ଦ୍ରଯାନ-୩ର ହେଲା ସଫଳ ଅବତରଣ, ଇସ୍ରୋ ଦେଲା ବଡ଼ ଖବର

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପୁଣି ଥରେ ଅବତରଣ କରିଛି। ଇସ୍ରୋ ସୋମବାର ଏହି ସୂଚନା ଦେଇଛି। ବିକ୍ରମ ଲ୍ୟାଣ୍ଡରକୁ ପ୍ରଥମେ ଚନ୍ଦ୍ର ପୃଷ୍ଠରୁ ୪୦ ସେଣ୍ଟି ମିଟର ଉପରକୁ ଉଠାଯାଇ ପୁଣି ଥରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଛି। ଇସ୍ରୋ ଏକ୍ସରେ ଟୁଇଟ୍ କରି କହିଛି, ବିକ୍ରମର ଚନ୍ଦ୍ରରେ ପୁଣି ଥରେ ସଫ୍ଟ ଲ୍ୟାଣ୍ଡିଂ କରାଯାଇଛି। ନିଜ ମିଶନର ଉଦ୍ଦେଶ୍ୟଠୁ ବି ବିକ୍ରମ କାମ କରୁଛି। ଲ୍ୟାଣ୍ଡରର ଇଞ୍ଜିନ ପୁଣି ଥରେ ଷ୍ଟାର୍ଟ ହୋଇ ଭୂପୃଷ୍ଠରୁ ୪୦ ସେମି ଉପରକୁ ଉଠି ପୁଣି ଥରେ ୩୦ରୁ ୪୦ ସେମି ଦୂରରେ ସଫ୍ଟ ଲ୍ୟାଣ୍ଡିଂ କରିଛି।

ଇସ୍ରୋର କହିବା କଥା ବିକ୍ରମର ପୁନର୍ବାର ସଫ୍ଟ ଲ୍ୟାଣ୍ଡିଂ ହେବା ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ, କାରଣ ଏଥିରେ ମିଶନର ନମୂନାକୁ ନେଇ ଫେରିବାର ସମ୍ଭାବନା ବଢି ଯାଇଛି। ଏହା ମଧ୍ୟରେ ଚନ୍ଦ୍ରରେ ପୁଣି ଥରେ ଦିନେ ଦୁଇ ଦିନ ଭିତରେ ରାତି ହେବାକୁ ଯାଉଛି। ପୁଣି ଲ୍ୟାଣ୍ଡରକୁ ଆଗାମୀ ୧୫ ଦିନ ଅନ୍ଧାରରେ ବିତାଇବାକୁ ପଡ଼ିବ। କାରଣ ଚନ୍ଦ୍ରର ୧୪ ଦିନ ସହ ପୃଥିବୀର ଗୋଟିଏ ଦିନ ସମାନ। ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଥିଲା। ସେହି ସମୟରେ ଚନ୍ଦ୍ରରେ ଦିନ ଥିଲା ଏବଂ ସୂର୍ଯ୍ୟକିରଣ ଥିଲା। ଚନ୍ଦ୍ରରେ ଅବତରଣ ପାଇଁ ସେହି ସମୟକୁ ଚୟନ କରାଯାଇଥିଲା, ଯେତେବେଳେ ସେଠାରେ ଦିନର ଆରମ୍ଭ ହେଉଥିଲା।

ଆଶା କରାଯାଉଛି ଚନ୍ଦ୍ରରେ ଲମ୍ବା ରାତି ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର ପୁନଃ କାମ କରି ପାରିବେ। ଚନ୍ଦ୍ରର ଗୋଟିଏ ଦିନ ପୃଥିବୀର ୧୪ ଦିନ ସହ ସମାନ। ଏହି ଦୃଷ୍ଟିରୁ ଚନ୍ଦ୍ରରେ ରାତି ହେବାକୁ ଆଉ କିଛି ଦିନ ବାକି ରହିଛି। ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଗୋଟିଏ ଦିନ ହିସାବରେ ଡିଜାଇନ କରାଯାଇଥିଲା। ମିଶନର ଅପରେସନାଲ ଡିରେକ୍ଟର ଏମ ଶ୍ରୀକାନ୍ତ କହିଛନ୍ତି, ବିକ୍ରମ ଓ ପ୍ରଜ୍ଞା ଅଦ୍ୟାବଧି ଆଶାନୁରୂପ ଫଳାଫଳ ଦେଇଛନ୍ତି। ଏଥିରୁ ସମ୍ଭାବନା ସୃଷ୍ଟି ହୋଇଛି ଯେ, ଚନ୍ଦ୍ରରେ ଲମ୍ବା ରାତି ପରେ ରୋଭର ଓ ପ୍ରଜ୍ଞା ପୁନର୍ବାର କାମ ଆରମ୍ଭ କରି ପାରନ୍ତି।

୧୪ ଦିନର ରାତି ପରେ ସୂର୍ଯ୍ୟାଲୋକ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଏକ ଅଟୋନୋମସ ଲୋଜିକ ଲ୍ୟାଣ୍ଡର ଓ ରୋଭରରେ ଲଗାଯାଇଛି। ଯଦି ରାତି ସଫଳତା ପୂର୍ବକ ଅତିକ୍ରାନ୍ତ ହୋଇଯାଏ ତେବେ ଲ୍ୟାଣ୍ଡର ଓ ରୋଭର ସୂର୍ଯ୍ୟ କିରଣ ପାଇ ପୁଣି ଥରେ କାମ ଆରମ୍ଭ କରି ପାରନ୍ତି। ତେଣୁ କୁହାଯାଇ ପାରିବ ଯେ, ୧୪ ଦିନ ପରେ ମିଶନ ମୁନ ସମାପ୍ତ ହେବ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ