Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଇଣ୍ଡିଆ ବନାମ ଭାରତ ଲଢେଇକୁ ଡେଇଁଲା ମିଳିତ ଜାତିସଂଘ, କହିଲା- ପ୍ରସ୍ତାବ ଆସିଲେ ଜବାବ ଦେବୁ

ନୂଆଦିଲ୍ଲୀ: ଦେଶର ନାମ ଇଣ୍ଡିଆରୁ ଭାରତ କରାଯିବାର ଚର୍ଚ୍ଚା ମଧ୍ୟରେ ଏବେ ମିଳିତ ଜାତିସଂଘ(ୟୁଏନ) ମଧ୍ୟ ନିଜର ପକ୍ଷ ରଖିଛି। ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଦିଆଯାଇଥିବା ଜି-୨୦ ରାତ୍ରଭୋଜନର ନିମନ୍ତ୍ରଣରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ହୋଇଥିଲା। ଏହା ପରଠୁ ଦେଶର ନାମକରଣ ନେଇ ସମଗ୍ର ଦେଶରେ ବିତର୍କର ବିଷୟ ପାଲଟିଛି। ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବାକ୍ ଯୁଦ୍ଧ ଚରମରେ ପହଞ୍ଚିଛି। ଅନେକ ଲୋକ ଏହାର ସମର୍ଥନ କରୁଥିବା ବେଳେ ଅନେକ ଏହାର ବିରୋଧ କରିଛନ୍ତି। ଏବେ ମିଳିତ ଜାତିସଂଘର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି ମିଳିତ ଜାତିସଂଘ ଦେଶ ତରଫରୁ ନାମ ବଦଳାଇବାର ପ୍ରସ୍ତାବ ଆସିଲେ ଆମେ ତାହା ଉପରେ ବିଚାର କରିବୁ।

ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଅ ଗୁଟେରସଙ୍କ ଉପମୁଖପାତ୍ର ଫରହାନ ହକ ବୁଧବାର ତୁର୍କୀର ନାମ ବଦଳାଯାଇ ତୁର୍କୀୟ କରାଯିବାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ତୁର୍କୀୟ ମାମଲାରେ ସେଠାକାର ସରକାର ଦ୍ଵାରା ଆମକୁ ଆନୁଷ୍ଠାନିକ ଅନୁରୋଧ କରିବା ପରେ ଆମେ ଏହା ଉପରେ ବିଚାର କରି ପଦକ୍ଷେପ ନେଲୁ। ତେଣୁ ଏହି ଧରଣର ଅନୁରୋଧ ଯଦି ଆସେ ତେବେ ଆମେ ତାହା ଉପରେ ବିଚାର କରିବୁ।

ଦେଶର ନାମ ବଦଳାଇବାକୁ ନେଇ ବିରୋଧୀ କେନ୍ଦ୍ର ସରକାର କଠୋର ଶବ୍ଦରେ ସମାଲୋଚନା କରୁଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନିଜର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ଦେଶ ନାମକରଣ ପ୍ରସଙ୍ଗରେ ବିବାଦୀୟ ବୟାନ ଦେବାରୁ ନିବୃତ୍ତ ରହିବାକୁ କହିଛନ୍ତି। ହଁ ସନାତନ ଧର୍ମ ଉପରେ ଯିଏ ପ୍ରହାର କରୁଛି ତାର ଉଚିତ୍ ଜବାବ ଦିଅନ୍ତୁ ବୋଲି ପିଏମ ମୋଦୀ ନିଜର ସହଯୋଗୀ ମନ୍ତ୍ରୀମାନଙ୍କୁ କହିଛନ୍ତି।