Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକେ ଅପେକ୍ଷା କରନ୍ତୁ, ପିଓକେ ଭାରତରେ ଆପେ ଆପେ ମିଶିଯିବ: ଜେନେରାଲ ଭିକେ ସିଂ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଆପେ ଆପେ ଭାରତରେ ମିଶିଯିବ। ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନା ପ୍ରମୁଖ ଜେନେରାଲ ଭିକେ ସିଂହ। ଏଥିପାଇଁ ଆମକୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ବୋଲି। ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, ପିଓକେରେ ଲୋକେ ଭାରତ ସହ ବିଲୟ ଦାବି କରୁଛନ୍ତି। ଏହି ପ୍ରସଙ୍ଗରେ ବିଜେପିର କଣ ଆଭିମୁଖ୍ୟ ରହିଛି। ଏହି ପ୍ରଶ୍ନର ଉତ୍ତର ଦେଇ ଭିକେ ସିଂହ ଉପରୋକ୍ତ ଟିପ୍ପଣୀ କରିଛନ୍ତି।

ଜେନେରାଲ ଭିକେ ସିଂହ ବିଜେପିର ପରିବର୍ତ୍ତନ ସଙ୍କଳ୍ପ ଯାତ୍ରା ପାଇଁ ରାଜସ୍ଥାନ ପହଞ୍ଚିଛନ୍ତି। ରାଜସ୍ଥାନର ଦୋସାରେ ସାମ୍ଵାଦିକ ସମ୍ମିଳନୀରେ ଭିକେ ସିଂହ କହିଛନ୍ତି, ପିଓକେ ଆପେ ଆପେ ଭାରତରେ ବିଲୟ ହୋଇଯିବ। ଆପଣ କେବଳ କିଛି ସମୟ ଅପେକ୍ଷା କରନ୍ତୁ। ସେଠାକାର ଲୋକେ ମଧ୍ୟ ଏହା ଚାହୁଛନ୍ତି। ଆମକୁ ଟିକେ ଧୈର୍ଯ୍ୟ ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ପିଓକେରେ ସଂପ୍ରତି ପାକିସ୍ତାନ ବିରୋଧୀ ବିରୋଧ ପ୍ରଦର୍ଶନ ଜୋରଦାର ଚାଲିଛି।

ଜି-୨୦ ଶିଖର ସମ୍ମିଳନୀକୁ ନେଇ ଭିକେ ସିଂହ କହିଛନ୍ତି, ଯେଉଁଭଳି ଭାରତରେ ଜି-୨୦ର ସଫଳ ଆୟୋଜନ ହେଲା ସେଥିରେ ବିଶ୍ଵ ମଞ୍ଚରେ ଭାରତର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଛି। ଭାରତ ଦୁନିଆରେ ନିଜର ସାମର୍ଥ୍ୟ ଓ ପରାକାଷ୍ଠା ଦେଖାଇଛି। ଜି-୨୦ ପରି ଆୟୋଜନ କେବେ ହୋଇ ନ ଥିଲା। କୌଣସି ଦେଶ ଭାବି ନ ଥିଲେ ଯେ, ଭାରତ ଏମିତି ସମ୍ମିଳନୀ ବି ଆୟୋଜନ କରି ପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦୁନିଆରେ ଭାରତର ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ