Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ. ରାମପୁର-ରିଷିଡ଼ା ରାସ୍ତା ପାଜିବାହାଲିରେ ବାଇକ୍ ଆରୋହୀଙ୍କ ଉପରେ ପଡ଼ିଗଲା ଗଛ

କଳାହାଣ୍ଡି,୧୪/୦୯-କଳାହାଣ୍ଡି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବାବେଳେ ଆଜି ଜିଲ୍ଲାର ମ. ରାମପୁର ବ୍ଲକରେ ସର୍ବାଧିକ ୧୯୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ! ଆଜି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗ ରହିଥିବାବେଳେ ମ. ରାମପୁରରୁ କର୍ଲାମୁଣ୍ଡା ବ୍ଲକ ରିଷିଡ଼ାକୁ ସଂଯୋଗ କରୁଥିବା ରାସ୍ତାର ପାଜିବାହାଲି ନିକଟରେ ଏକ ବିରାଟ ତେନ୍ତୁଳି ଗଛ ଭାଙ୍ଗି ସେଇ ରାସ୍ତା ଦେଇ ଯାଉଥିବା ଜଣେ ବାଇକ ଆରୋହୀଙ୍କ ଉପରେ ପଡ଼ିଯିବାରୁ ବାଇକ ଆରୋହୀ ଜଣକ ଗଛ ତଳେ ଚାପି ହୋଇଯାଇଥିଲେ ! ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ! ବାଇକ୍ ଆରୋହୀ ଜଣେ ଶିକ୍ଷକ ଓ ତାଙ୍କ ନାମ କେଶବ ସାହୁ ସେ କର୍ଲାମୁଣ୍ଡା ବ୍ଲକ ଗଜବାହାଲର ବୋଲି ଜଣାପଡ଼ିଛି !