Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ୟୁକ୍ରେନ ଯୁଦ୍ଧରୁ ବଡ଼ ଶିକ୍ଷା, ଘାତକ ହତିଆର ଓ ଦୂରଗାମୀ ଯୁଦ୍ଧାସ୍ତ୍ର ଜମା କରିବ ଭାରତ

ନୂଆଦିଲ୍ଲୀ: ରୁଷ ସହ ଯୁଦ୍ଧ ସମୟରେ ୟୁକ୍ରେନ ପାଖରେ ଯୁଦ୍ଧାସ୍ତ୍ରର ଅଭାବ ଦେଖା ଦେଇଛି। ଦୂରଗାମୀ ଘାତକ ଯୁଦ୍ଧାସ୍ତ୍ର ଅଭାବ ଯୋଗୁଁ ୟୁକ୍ରେନକୁ ବହୁତ ମହଙ୍ଗା ପଡ଼ିଥିଲା। ବହୁତ ଅନୁରୋଧ ପରେ ଆମେରିକା ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଉପଲବ୍ଧ କରାଇଥିଲା। ହେଲେ ଏହି ଯୁଦ୍ଧରୁ ଭାରତ ବହୁତ ବଡ଼ ଶିକ୍ଷା ନେଇଛି। ପଡ଼ୋଶୀ ଦେଶର ଆହ୍ଵାନକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଘାତକ ଏବଂ ଦୂରଗାମୀ ଅସ୍ତ୍ରଶସ୍ତ୍ର ଜମା କରିବାକୁ ନିଷ୍ପତ୍ତି ନେଇଛି। ସେନା ଏବେ ଆଧୁନିକ ବନ୍ଧୁକ, ରକେଟ୍ ସିଷ୍ଟମ ଓ ମିସାଇଲ୍ କିଣିବାକୁ ପ୍ରସ୍ତୁତି ଚଳାଇଛି। ଯୁଦ୍ଧ ସମୟରେ ଶତ୍ରୁକୁ ମାତ୍ ଦେବା ପାଇଁ ଯେଉଁ ସବୁ ଯୁଦ୍ଧାସ୍ତ୍ରର ଆବଶ୍ୟକତା ରହିଛି ତାହା ଆଉ କିଛି ସମୟରେ ଭାରତୀୟ ସେନା ହାତରେ ଥିବ ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ, ୧୫୫ ଏମଏମ ଆର୍ଟିଲରୀ ଗନ ସିଷ୍ଟମ, ଦୂରଗାମୀ କ୍ଷେପଣାସ୍ତ୍ର ଓ ରକେଟ୍ ସିଷ୍ଟମ, ସର୍ଭିଲାନସ ଓ ଟାର୍ଗେଟ୍ ଏକ୍ୟୁଜିଶନ ୟୁନି, ସ୍ଵାର୍ମ ଡ୍ରୋନ ଆର ଆଇଏସଆର, ଲାଇଟର ମୁନିସନ୍ସ ଆଦି ଯୁଦ୍ଧାସ୍ତ୍ର କିଣିବାକୁ ଯାଉଛି ଭାରତୀୟ ସେନା। ସେନା ଏହି ସମୟରେ ଦୁଇଟି ଦିଗକୁ ଅଧିକ ଗୁରୁତ୍ଵ ଦେଉଛି, ଗୋଟିଏ ଏମିତି ଅସ୍ତ୍ରଶସ୍ତ୍ର ଅଣାଯିବ ଯାହା ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରୁଥିବ। ଦ୍ଵିତୀୟ ଦୂରଗାମୀ ଲକ୍ଷ୍ୟକୁ ଭେଦ କରୁଥିବା ହତିଆର ଯାହା ଆବଶ୍ୟକ ପଡ଼ିଲେ ସୀମାରେ ପଶି ଟାର୍ଗେଟ୍ କରିବାରେ ସକ୍ଷମ ହେଉଥିବ।

ଜଣେ ଅଧିକାରୀ କହିଛନ୍ତି, ସଂପ୍ରତି ସମଗ୍ର ଦୁନିଆରେ ଲମ୍ବା ଦୂରଗାମୀ ହତିଆର ଉପରେ ଧ୍ୟାନ ଦିଆଯାଉଛି। ଏହା ବ୍ୟତୀତ ଅଧିକ ଭୟଙ୍କର ଓ ଅଧିକ ଘାତକ ହତିଆରକୁ ସେନାରେ ସାମିଲ୍ କରାଯାଉଛି। ରୁଷ ଓ ୟୁକ୍ରେନ ଯୁଦ୍ଧର ବିଶ୍ଳେଷଣ ପରେ ଆମେ ନିଜ ରଣନୀତିରେ ପରିବର୍ତ୍ତନ କରିଛୁ। ସେ କହିଛନ୍ତି ୧୯ ମାସରୁ ଚାଲିଥିବା ଯୁଦ୍ଧକୁ ଦେଖିବାକୁ ପାଇଲୁ ଯେ, ସେନାକୁ ଦୀର୍ଘ ଦୂରଗାମୀ ତୋପୋ, ମିସାଇଲର ଆବଶ୍ୟକତା ରହିଛି। ଏହା ବ୍ୟତୀତ ସେନାକୁ ଅତ୍ୟାଧୁନିକ କରିବା ପାଇଁ ବହୁ ମାତ୍ରାରେ ଡ୍ରୋନ ମଧ୍ୟ ଦରକାର।