Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ସଂରକ୍ଷଣରୁ ଆରମ୍ଭ ହେବ ନୂତନ ସଂସଦ ଭବନର ଗୃହକାର‌୍ୟ୍ୟ, ଆଜି ହେବ ଆଗତ !

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଧେୟକୁ ନେଇ ସ୍ଥିତି ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ମିଳିଥିବା ଖବର ଅନୁଯାୟୀ, ସରକାର ମଙ୍ଗଳବାର ହିଁ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ କରି ପାରନ୍ତି। ତେବେ ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ। ସୋମବାର କ୍ୟାବିନେଟ୍ ବୈଠକରେ ଏହା ଉପରେ ମୋହର ବାଜିଥିଲା। ଅନ୍ୟପଟେ ମହିଳା ସଂରକ୍ଷଣର ଶ୍ରେୟ ନେବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇ ଯାଇଛି।

କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲଙ୍କ ଦ୍ଵାରା ଏହି ବିଲ୍ ଉପସ୍ଥାପନ କରାଯିବ। ମଙ୍ଗଳବାର ଆଗତ ହେବା ପରେ ବୁଧବାର ଏହା ଉପରେ ବିତର୍କ ହେବ ଏବଂ ଗୃହୀତ କରାଯିବ। ସଂସଦର ସ୍ଵତନ୍ତ୍ର ଅଧିବେଶନର ଚତୁର୍ଥ ଦିନ ଅର୍ଥାତ ୨୧ ତାରିଖରେ ଏହି ବିଧେୟକ ରାଜ୍ୟସଭାରେ ଆଗତ କରାଯିବ।

ଖାସ୍ କଥା, ମଙ୍ଗଳବାରଠୁ ସ୍ଵତନ୍ତ୍ର ଅଧିବେଶନ ନୂତନ ସଂସଦ ଭବନରେ ଆରମ୍ଭ ହେବ। ଯଦି ସରକାର ମହିଳା ସଂରକ୍ଷଣ ବିଧେୟକ ଆଗତ କରନ୍ତି, ତେବେ ଏହା ନୂତନ ସଂସଦ ଭବନରେ ଆଗତ ହେବାରେ ପ୍ରଥମ ବିଲ୍ ହେବ। ଉଲ୍ଲେଖନୀୟ ଏହି ବିଲ୍ ଦୀର୍ଘ ୨୭ ବର୍ଷ ଧରି ପଡ଼ି ରହିଛି। କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ସରକାର ୨୦୧୦ରେ ଏହାକୁ ରାଜ୍ୟସଭାରେ ଗୃହୀତ କରାଇଥିଲା।

ବିଧେୟକର ବିଶେଷତ୍ଵ
ଏହି ବିଧେୟକ ଗୃହୀତ ହେଲେ ମହିଳା ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିବ। ମୋଦୀ ସରକାର ରାଜ୍ୟସଭା ଓ ବିଧାନ ପରିଷଦକୁ ମଧ୍ୟ ଏହାରି ପରିଧିରେ ଆଣିବାର ସମ୍ଭାବନା ଅଧିକ ରହିଛି। ଏମିତି ହେଲେ ରାଜନୀତିରେ ମହିଳାଙ୍କ ସକ୍ରିୟତା ବଢିବା ସହିତ ଲୋକସଭା ଓ ବିଧାନସଭାରେ ପ୍ରତିନିଧିତ୍ଵ ବଢିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ