Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓସ୍କାର ପରେ ରାମଚରଣଙ୍କୁ ମିଳିଲା ହଲିଉଡ୍‌ରୁ ଅଫର!

ନୂଆଦିଲ୍ଲୀ: ୨୦୨୨ ବର୍ଷର ସର୍ବୋତ୍ତମ ଚଳଚ୍ଚିତ୍ର RRR ରୁ ବିଶ୍ୱସ୍ତରୀୟ ତାରକା ପାଲଟିଥିବା ରାମ ଚରଣଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଫିଲ୍ମ RRRର ‘ନାଟୁ ନାଟୁ’ ଗୀତ ଓସ୍କାର ସମ୍ମାନ ଲାଭ କରିବା ପରେ ରାମ ଚରଣଙ୍କୁ ନେଇ ଚର୍ଚ୍ଚା ବେଶି ବଢିଯାଇଛି। ତେବେ ଯାହା ଶୁଣାଯାଉଛି ଯେ ରାମ ଚରଣଙ୍କୁ ଖୁବ୍‌ ଶୀଘ୍ର ହଲିଉଡ୍‌ରେ ଅଭିନୟ ପାଇଁ ଅଫର ମିଳିପାରେ। ତେବେ ଏଥିରେ କେତେ ସତ୍ୟତା ରହିଛି ତାହା ତ ସମୟ କହିବ।
ଏକ ସାକ୍ଷାତକାରରେ ଏଠାରେ ରାମ ଚରଣ କେବଳ ତାଙ୍କ ଚଳଚ୍ଚିତ୍ର ଏବଂ ଗୀତ ବିଷୟରେ ଆଲୋଚନା କରିନାହାଁନ୍ତି, ବରଂ ସେ କୌଣସି ହଲିଉଡ ଫିଲ୍ମର ଅଂଶ ହୋଇଛନ୍ତି କି ନାହିଁ ତାହା ମଧ୍ୟ କହିଛନ୍ତି।

ତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ଆପଣ ଏକ ବିଶ୍ୱସ୍ତରୀୟ ତାରକା ହେବାକୁ ଚାହୁଁଛନ୍ତି କି?। ଏହା ସତ କି ରାମ ଚରଣ ଖୁବ୍‌ ଶୀଘ୍ର ହଲିଉଡ ଫିଲ୍ମରେ ନଜର ଆସିବେ? ଏହାର ଉତ୍ତରରେ ସେ କହିଛନ୍ତି ଯେ ମୁଁ ବର୍ତ୍ତମାନ କିଛି କହି ପାରିବି ନାହିଁ। ବର୍ତ୍ତମାନ ଏ‌ ନେଇ ଆଲୋଚନା ଚାଲିଛି । ଠିକ୍‌ ସମୟ ଆସିଲେ ଆପଣ ନିଶ୍ଚୟ ଜାଣିବେ। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତିଭା ଥିଲେ ସୁଯୋଗ ଆପେ ମିଳିଯିବ।
ଏହା ବ୍ୟତୀତ, ରାମ ଚରଣଙ୍କୁ ଏହା ମଧ୍ୟ ପଚରାଯାଇଥିଲା ଯେ ଟମ କ୍ରୁଜ ତାଙ୍କୁ ଓସ୍କାର ୨୦୨୩ ରେ ସାକ୍ଷାତ କରିବାକୁ ଚାହୁଁଥିଲେ କି? ଏହାର ଉତ୍ତରରେ ସେ କହିଛନ୍ତି ଯେ ନା, ତାହା ନୁହେଁ। ବର୍ତ୍ତମାନ ମୁଁ ଟମ୍‌ଙ୍କୁ ଭେଟିବାକୁ ଚାହୁଁଛି।

ତେବେ ତାଙ୍କ ଆଗାମୀ ଫିଲ୍ମକୁ ସେ କହିଛନ୍ତି ଯେ ଆଗକୁ ତାଙ୍କର ବହୁତ ବଡ଼ ପ୍ରୋଜେକ୍ଟ ଆସିବାକୁ ଯାଉଛି। ଏହାର ସୁଟିଂ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ହେବ। ଏହି ଚଳଚ୍ଚିତ୍ରରେ ଭାରତ ମାଟିର କାହାଣୀକୁ ସୁନ୍ଦର ଭାବେ ଦର୍ଶାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ