Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରୁଷ ସହ ୭୦ ବର୍ଷର ବନ୍ଧୁତା ଆହୁରି ନିବିଡ଼ ହେବ; ନ୍ୟୁୟର୍କରେ ବସି ୟୁଏସକୁ ଜୟଶଙ୍କରଙ୍କ ବଡ଼ ସନ୍ଦେଶ

ନୂଆଦିଲ୍ଲୀ: ରୁଷ ସହିତ ଆମର ବନ୍ଧୁତା ୭୦ ବର୍ଷ ହେବ ନିବିଡ଼ ରହିଛି। ଏଥିରେ କୌଣସି ଉତଥାନ ପତନ ଆସିନାହିଁ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନ୍ୟୁୟର୍କରେ ବସି ଆମେରିକା ଓ ଚୀନକୁ ବଡ଼ ସନ୍ଦେଶ ଦେଇ ଏହି ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଦୁନିଆର ସବୁଠୁ ବଡ଼ ଶକ୍ତି ମଧ୍ୟରେ ବି ସଂପର୍କରେ ତିକ୍ତତା ରହୁଛି। କିନ୍ତୁ ଭାରତ ଓ ରୁଷ ମଧ୍ୟରେ ଏମିତି କେବେ ଘଟିନାହିଁ।

ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ ରୁଷ ଏସିଆ ପ୍ରତି ଆହୁରି ଢଳିବ। ବୈଦେଶିକ ମନ୍ତ୍ରୀ କାଉନସିଲ ଅଫ ଫରେନ ରିଲେସନକୁ ସମ୍ବୋଧିତ କରି କହିଛନ୍ତି ରୁଷ ନିଜକୁ ୟୁରୋପୀୟ ଶକ୍ତି ମାନୁଥିଲା, ମାତ୍ର ୨୦୨୨ରେ ଯାହା ଘଟିଲା ଏହା ପରେ ରୁଷର ଏସିଆ ପ୍ରତି ଆହୁରି ଆକର୍ଷିତ ହୋଇଛି। ଏହାର ସବୁଠୁ ବଡ଼ କାରଣ ବଜାର ମଧ୍ୟ ରହିଛି।

ଜୟଶଙ୍କର ଚୀନକୁ ପରୋକ୍ଷରେ ସନ୍ଦେଶ ଦେଇ କହିଛନ୍ତି ଯେ, ହୋଇପାରେ ରୁଷ ସହ ତାଙ୍କର ବନ୍ଧୁତା ବଢିଛି ମାତ୍ର ଭାରତର ରୁଷ ସହ ସଂପର୍କ ବହୁତ ନିବିଡ଼ ରହିଛି। ନ୍ୟୁୟର୍କରେ ବସି ଆମେରିକାକୁ ସନ୍ଦେଶ ଦେଇ କହିଛନ୍ତି, ଆମ ପାଖରେ ରୁଷ ପରି ଶକ୍ତିଶାଳୀ ଦେଶ ରହିଛି। ଅନେକ ଥର ଆମେରିକା ପକ୍ଷରୁ ରୁଷ ଓ ଭାରତ ମଧ୍ୟରେ ମିତ୍ରତାକୁ ନେଇ ପ୍ରଶ୍ନ କରାଯାଇଛି। ତୈଳ ଆମଦାନୀକୁ ନେଇ ମଧ୍ୟ କଥା ଉଠିଛି। ମାତ୍ର ଭାରତ କେବେ ହେଲେ ମୁଣ୍ଡ ନୁଆଁଇ ନାହିଁ। ଏବେ କାନାଡ଼ା ସହ ତିକ୍ତତାରେ ଆମେରିକା ଭାରତ ସହ ତଦନ୍ତ ସହଯୋଗର କାମନା କରିଛି।