Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଚନ୍ଦ୍ରପୁର ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଳାହାଣ୍ଡି,୩୦/୦୯-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁରଠାରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ! କମିଟିର ଉପଦେଷ୍ଟା କିଶୋର କୁମାର ପୁରୋହିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କମିଟିର ସଭାପତି ବିକ୍ରମ ଛତ୍ରିଆ ସ୍ବାଗତ ଅଭିଭାଷଣ ଦେଇଥିଲେ ! କମିଟିର ଉପଦେଷ୍ଟା ପିଣ୍ଟୁ ପତି ସଭା ପରିଚାଳନା କରିଥିବାବେଳେ ବରିଷ୍ଠ ଉପଦେଷ୍ଟା ପ୍ରସନ୍ନ କୁମାର ପରିଡ଼ା, ଗୋବର୍ଦ୍ଧନପୁର ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ଉପଦେଷ୍ଟା ଜଗମୋହନ ଛତର, ଦୁର୍ଯ୍ୟୋଧନ ମାଝୀ, ହ୍ରୁଷିକେଶ ବଗର୍ତ୍ତି, ମଣିରାମ ମିର୍ଦ୍ଧା, ଅନାମ ବେହେରା, ସୁଶୀଲ କୁମାର ବାଗ, ଜଳଧର ସାଗରଙ୍କ ସମେତ ମନୋଜ ବେହେରା, ଦନାର ପୁଟେଲ, ହ୍ରୁଷିକେଶ ପୁଟେଲ, ପ୍ରଭାତରଞ୍ଜନ ବେହେରା, ଅନନ୍ତ ସାହୁ, ଅରୁଣ ପୁଟେଲ, ପ୍ରେମ ବାଗ, କମିଟିର କୋଷାଧ୍ୟକ୍ଷ ତାତେଶ୍ବର ଗଉଡ଼, ଦୀନବନ୍ଧୁ ମାଝୀ, ଦିଗାମ୍ବର ଛତ୍ରିଆ, ବିକାଶ ଦୁର୍ଗା, ଦୁର୍ବାଦଳ ବାଗ, ସୁମନ୍ତ ଗଉଡ଼, ଆଶିଷ ବାଗ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ! ବୈଠକ ଶେଷରେ କମିଟିର ସାଧାରଣ ସଂପାଦକ ଅନନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ