Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଢ଼ିଲା ବିମାନ ଭଡ଼ା : ବଢ଼ୁଛି ଅସନ୍ତୋଷ

କଳାହାଣ୍ଡି,୦୧/୧୦-ଆଜିଠୁ ଭୁବନେଶ୍ବର-ଉତ୍କେଲା-ଭୁବନେଶ୍ବର ବିମାନ ଯାତ୍ରା ଭଳି ଉତ୍କେଲାରୁ ଆକାଶପଥରେ ଛତିଶଗଡର ରାୟପୁରକୁ ବିମାନ ଚଳାଚଳ କରାଯିବ ବୋଲି ଆଶା କରାଯାଉଥିଲା ! କିନ୍ତୁ ତାହା ନହୋଇ ଭୁବନେଶ୍ବର-ଉତ୍କେଲା-ଭୁବନେଶ୍ବର ବିମାନ ଚଳାଚଳ ଦାୟିତ୍ବରେ ଥିବା ଇଣ୍ଡିଆ ୱାନ୍ ଏୟାର ସଂସ୍ଥା ପକ୍ଷରୁ ଆଜି ବିମାନ ଭଡ଼ା ହଠାତ୍ ତିନିଗୁଣା ବଢ଼ାଇ ଦିଆଯାଇଛି ! ପୂର୍ବରୁ ଜିଏସଟି ସହିତ ବିମାନ ଭଡ଼ା ୧୦୫୦ ଥିବାବେଳେ ଏବେ ଭୁବନେଶ୍ବରରୁ ଉତ୍କେଲା କିମ୍ବା ଉତ୍କେଲାରୁ ଭୁବନେଶ୍ବର ଯାଉଥିବା ବିମାନଯାତ୍ରୀଙ୍କୁ ଭଡ଼ା ବାବଦକୁ ଜିଏସଟି ସହିତ ଗଣିବାକୁ ପଡ଼ିବ ୨୮୪୬ ଟଙ୍କା ! ତେବେ ବିମାନ ଚଳାଚଳ ଆରମ୍ଭ ହେବା ଦିନଠାରୁ ବୁକିଂ ଠିକଠାକ୍ ଚାଲିଥିବାବେଳେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୁକିଂ ସରିଛି ! ଏହାସତ୍ତ୍ବେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ବିମାନ ଭଡ଼ା ବଢାଇବାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ! ଜିଲ୍ଲାର ଉତ୍କେଲାକୁ ବିମାନ ଚଳାଚଳକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରେୟ ନେଇଥିବାବେଳେ ଇଣ୍ଡିଆ ୱାନ ଏୟାର ସଂସ୍ଥାର ଭଡ଼ା ବ୍ରୁଦ୍ଧିକୁ ନେଇ ହସ୍ତକ୍ଷେପ କରିବାକୁ ଦାବି ହେଉଛି !