Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାଡ଼ଖଣ୍ଡରେ ମିଳିଲା ଲିଥିୟମର ଭଣ୍ଡାର, ସଂପୂର୍ଣ୍ଣ ଭାବେ ବଦଳିଯିବ ଇଲେକ୍ଟ୍ରିକ ଯାନ ଉଦ୍ୟୋଗ

ରାଞ୍ଚି: ଜାମ୍ମୁ-କାଶ୍ମୀର, ରାଜସ୍ଥାନ ଓ କର୍ଣ୍ଣାଟକରେ ଲିଥିଅମର ସନ୍ଧାନ ମିଳିବା ପରେ ଏବେ ଝାଡ଼ଖଣ୍ଡରେ ଏହି ଧାତୁର ଭଣ୍ଡାର ମିଳିଛି। ଫଳରେ ଦେଶରେ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିନ ଯାନର ଉଦ୍ୟୋଗ ପାଇଁ ଅପାର ସମ୍ଭାବନା ବଢି ଯାଇଛି

ନ୍ୟାସନାଲ ମିନେରାଲ ଏକ୍ସପ୍ଲୋରେସନ ଟ୍ରଷ୍ଟ(ଏନଏମଇଟି) ଭୂତତ୍ଵ ସର୍ବେକ୍ଷେଣ ବେଳେ ଝାଡ଼ଖଣ୍ଡର କୋଡରମା ଏବଂ ଗିରିଡୋହରେ ଲିଥିୟମ ବ୍ୟତୀତ ଅନେକ ଦୁଲର୍ଭ ଖଣିଜ ଭଣ୍ଡାରର ସନ୍ଧାନ ପାଇଛି। ଏଥିରେ ଲିଥିୟମ ମିଳିଛି, ଯାହା ଦେଶ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ। ଲିଥିୟମର ଉପଯୋଗ ଇଲେକ୍ଟ୍ରିକ ଗାଡ଼ି ବ୍ୟତୀତ ମେଡିକାଲ୍ ଟେକ୍ନୋଲୋଜି, ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରୀ, ମୋବାଇଲ୍ ଫୋନ, ସୌର ପ୍ୟାନେଲ, ପବନଚାଳିତ ଟର୍ବାଇନ ଏବଂ ଅନ୍ୟ ନବୀକରଣ ପ୍ରଯୁକ୍ତିବିଦ୍ୟାରେ ବ୍ୟବହାର କରାଯାଏ।

ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ନିକଟରେ କର୍ଣ୍ଣାଟକରେ ୧୬୦୦ ଟନ, ଜାମ୍ମୁ-କାଶ୍ମୀରର ରିୟାସି ଜିଲ୍ଲାରେ ୫୯ ଲକ୍ଷ ଟନ ଲିଥିୟମର ଭଣ୍ଡାର ମିଳିଥିଲା। ଏବେ ଝାଡ଼ଖଣ୍ଡର କୋଡରମା, ଗିରିଡୋହ ବ୍ୟତୀତ ପୂର୍ବ ସିଂହଭୂମ ଏବଂ ହଜାରିବାଗରେ ଏହି ମୂଲ୍ୟବାନ ଧାତୁ ମିଳିଛି। ଜିଏସଆଇର ସର୍ଭେ ଅନୁସାରେ, ଝାଡ଼ଖଣ୍ଡର କୋଡରାମର ତିଲେୟା ବ୍ଲକ ଓ ଢୋଢାକଲା କୁସୁମା ଅଞ୍ଚଳରେ ଲିଥିୟମ ବ୍ୟତୀତ ସିଜିୟମ, ଆରଇଇି ଓ ଆରଏମ ପରି ଧାତୁର ଭଣ୍ଡାର ମିଳିଛି। ଫଳରେ ରାଜ୍ୟ ସରକାର ଲିଥିୟମ ଖନନ ସମ୍ଭାବନା ଉପରେ କାମ ଆରମ୍ଭ କରି ଦେଇଛନ୍ତି। ନିବେଶକ ମଧ୍ୟ ଏହାକୁ ନେଇ ନିଜର ରୁଚି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, ଝାଡ଼ଖଣ୍ଡ ସରକାର ନିୟମ ଅନୁସାରେ ଲିଥିୟମ ଉତ୍ପାଦନର ସମ୍ଭାବନା ଉପରେ ଯୋଜନାବଦ୍ଧ ପ୍ରକ୍ରିୟାରେ କାମ କରିବେ। ବିଶେଷଜ୍ଞଙ୍କ ଅନୁସାରେ, ଭାରତ ଲିଥିୟମ ଉତ୍ପାଦନରେ ଯଦି ଆତ୍ମ ନିର୍ଭର ହୋଇଯିବ, ତେବେ ଏଥିରେ ଇଲେକ୍ଟ୍ରିକ ବ୍ୟାଟେରୀ ଶସ୍ତାରେ ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ