କଳାହାଣ୍ଡି,୦୪/୧୦-ଜଣେ ବ୍ୟକ୍ତିଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଥୁଆମୂଳ ରାମପୁର ବ୍ଲକ ଯୋଗାଣ ନିରୀକ୍ଷକ ସୁମନ୍ତ ମଲ୍ଲିକ ! ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଲୋହରାଯୋର ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ୧୪ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି । ଥୁଆମୂଳ ରାମପୁର ବ୍ଲକ ଅଫିସରେ ଲାଞ୍ଚ ନେବାବେଳେ ତାଙ୍କୁ କଳାହାଣ୍ଡି ଭିଜିଲାନ୍ସ ବିଭାଗ କାବୁ କରିଛି । ଭିଜିଲାନ୍ସ ତରଫରୁ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି ।