Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରପାରିରେ ସାମ୍ବାଦିକ କ୍ଷୀରୋଦ କୁମାର ମଙ୍ଗରାଜ

କଳାହାଣ୍ଡି,୦୬/୧୦-ଶକ୍ତି ଟିଭି କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷୀରୋଦ କୁମାର ମଙ୍ଗରାଜଙ୍କ ଦୁଃଖଦ ବିୟୋଗ ଘଟିଛି ! ସେ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଇଥିଲା ! ସେଠାରେ ଚିକିତ୍ସାଧୀନ ଭାବେ ଗତକାଲି ତାଙ୍କର ମ୍ରୁତ୍ୟୁ ଘଟିଥିବାବେଳେ ସେଠାରୁ ଶବ ଅଣାଯାଇ ଆଜି ଭବାନୀପାଟଣାଠାରେ ଦାହ ସଂସ୍କାର କରାଯାଇଛି ! ମ୍ରୁତ୍ୟୁବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା ! ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତିବିଶେଷ ଥିଲେ ! ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ! ତାଙ୍କ ବିୟୋଗରେ ଲାଞ୍ଜିଗଡ଼ ପ୍ରେସ କ୍ଲବ ତରଫରୁ ସଭାପତି କୈଳାସ ସାହୁ, ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ଉପ ସଭାପତି କ୍ଷମାନିଧି ମହାକୁଡ଼, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଏମ୍. ଚନ୍ଦ୍ରଶେଖର, ଧର୍ମେନ୍ଦ୍ର ପଣ୍ଡା, ରମେଶ ନାୟକ, ଶଙ୍କର ସାହୁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ