Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ ନମ୍ବର ରାଜ୍ୟ ରାଜପଥରେ ଉଡୁଛି ଓଭରଲୋଡ଼ ହାଇୱା ଗାଡ଼ିର ଫ୍ଲାଏ ଆସ୍ ଗୁଣ୍ଡ : ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଭେଟିଲେ ପୂର୍ବତନ ସମିତିସଭ୍ୟ

କଳାହାଣ୍ଡି,୦୭/୧୦-କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରେ ପ୍ରତିଦିନ ବହୁସଂଖ୍ୟକ ଫ୍ଲାଏ ଆସ୍ ବୋଝେଇ ହାଇୱା ଯାତାୟତ କରୁଛି ! ଏଇ ହାଇୱା ଗାଡ଼ିଗୁଡ଼ିକ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ରୁ ଫ୍ଲାଏ ଆସ୍ ବୋଝେଇ କରି ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ଜୟପାଟଣା ଆଦି ଅଞ୍ଚଳରେ ଥିବା ଫ୍ଲାଏ ଆସ୍ ଇଟା ଫ୍ୟାକ୍ଟ୍ରିକୁ ପରିବହନ କରିଥାନ୍ତି ! ତେବେ ଓଭରଲୋଡ଼ ଥିବା ହାଇୱାଗୁଡ଼ିକ ଅତ୍ୟନ୍ତ ବିପଜ୍ଜନକ ଭାବେ ଯାତାୟତ କରୁଥିବାବେଳେ ଖୋଲା ଭାବେ ଫ୍ଲାଏ ଆସ୍ ପରିବହନ କରୁଥିବାରୁ ସେଗୁଡ଼ିକ ରାସ୍ତାର ବିଭିନ୍ନ ସ୍ଥାନରେ ମେଞ୍ଚା ମେଞ୍ଚା ହୋଇ ଖସି ପଡ଼ୁଥିବା ଲକ୍ଷ୍ୟ କରାଯାଉଛି ! ପବନରେ ଏସବୁ ରାସ୍ତା ସାରା ଉଡ଼ି ବୁଲୁଥିବାବେଳେ ଏଇ ରାସ୍ତା ଦେଇ ଯାତାୟତ କରୁଥିବା ପଥଚାରୀ, ସାଇକେଲ ଓ ବାଇକ ଆରୋହୀମାନଙ୍କ ଆଖି, ନାକ, କାନ ଓ ପାଟିରେ ସିଧାସଳଖ ପଶୁଛି ! ଯାହାଫଳରେ ଏହା ବିଭିନ୍ନ ରୋଗର କାରଣ ହେବା ଆଶଙ୍କା ଦେଖାଦେଇଛି ! ଏହାକୁ ନେଇ ନର୍ଲା ବ୍ଲକ ଶାନ୍ତପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଗୋବିନ୍ଦ ତାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ବାରସ୍ତ ହୋଇଛନ୍ତି ! ଏହାସହିତ ଭାରୀ ଯାନ ଚଳାଚଳ ଉପରେ ରୋକ ଲଗାଇବା, ଓଭରଲୋଡ କରି ଫ୍ଲାଏ ଆସ୍ ନେଉଥିବା ହାଇୱା ଗାଡ଼ି ଗୁଡ଼ିକୁ ଜବତ କରିବା, ଫ୍ଲାଏ ଆସ୍ ପରିବହନ ସମୟରେ ଘୋଡ଼ାଇକି ନେବା ସୁନିଶ୍ଚିତ କରିବା ଦାବି ନେଇ ଶ୍ରୀ ତାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିବା ସହିତ ଏ ସଂକ୍ରାନ୍ତୀୟ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ