କଳାହାଣ୍ଡି ଜିଲ୍ଲା ପାଇଁ ୪ କୋଟି ୧୭ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅନୁଦାନ ମଞ୍ଜୁର କଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ


କଳାହାଣ୍ଡି,୦୭/୧୦-କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୪ କୋଟି ୧୭ ଲକ୍ଷ ଟଙ୍କାର ଅନୁଦାନ ରାଶି ମଞ୍ଜୁର କରାଯାଇଛି ! ଏଥିପାଇଁ କାର୍ଯ୍ୟାନ୍ବୟନ ସଂସ୍ଥାଗୁଡ଼ିକୁ କାର୍ଯ୍ୟ ସଂପାଦନ ପାଇଁ ପରିଷଦ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ! ତେବେ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ପାଇଁ ଆସିଥିବା ଅନୁଦାନ ରାଶି ମଧ୍ୟରୁ ସମ୍ମନ୍ବିତ ଆଦିବାସୀ ସଂସ୍ଥା ଜରିଆରେ ସର୍ବାଧିକ ୨ କୋଟି ୭୭ ଲକ୍ଷ ଖର୍ଚ୍ଚ କରାଯିବାକୁ ଅନୁମୋଦନ ମିଳିଥିବାବେଳେ ବ୍ଲକ ହିସାବରେ ଦେଖାଗଲେ ଗୋଲାମୁଣ୍ଡା ବ୍ଲକକୁ ସର୍ବାଧିକ ୫୦ ଲକ୍ଷ ଓ ନର୍ଲା ବ୍ଲକକୁ ମିଳିଛି ମାତ୍ର ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ! ସେହିପରି ଧର୍ମଗଡ଼ ବ୍ଲକକୁ ୨୫ ଲକ୍ଷ, କେସିଙ୍ଗା ବ୍ଲକ ଓ କୋକସରା ବ୍ଲକକୁ ୨୦ ଲକ୍ଷ ଲେଖାଏଁ, କର୍ଲାମୁଣ୍ଡା ଓ ଭବାନୀପାଟଣା ସଦର ବ୍ଲକକୁ ୧୦ ଲକ୍ଷ ଲେଖାଏଁ ଅନୁଦାନ ରାଶି ଯୋଗାଇ ଦିଆଯାଇଛି ! ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଏବଂ ବ୍ଲକର ବିଡିଓମାନଙ୍କ ତତ୍ତ୍ବାବଧାନରେ ଏଇ ଅର୍ଥ ଖର୍ଚ୍ଚ ହେବ ବାେଲି ସୂଚନା ମିଳିଛି !