Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଟଗୁଡ଼ା ନିକଟରେ ବୋଲେରୋ ଦୁର୍ଘଟଣା : ଜଣେ ମ୍ରୁତ, ୪ ଆହତ

କଳାହାଣ୍ଡି,୦୮/୧୦-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ବିଶ୍ବନାଥପୁରକୁ ସଂଯୋଗ କରୁଥିବା ରାସ୍ତାର ଭାଟଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି ! ଏଥିରେ ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବାବେଳେ ଆଉ ଚାରିଜଣ ଆହତ ହୋଇଛନ୍ତି ! ସୂଚନାନୁସାରେ ଆଜି ଅପରାହ୍ନ ସମୟରେ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡର ସହଯୋଗୀ କଂପାନୀ ପିଏପିଏଲ୍ ରେ କାମ କରୁଥିବା ପାଞ୍ଚଜଣ ବ୍ୟକ୍ତି ଲାଞ୍ଜିଗଡ଼ରୁ କାମ ସାରି ସେମାନେ ରହୁଥିବା ହରେକ୍ରୁଷ୍ଣ ପୁରକୁ ଏକ ବୋଲେରୋ ଯୋଗେ ଫେରୁଥିବାବେଳେ ଭାଟଗୁଡ଼ା ନିକଟରେ ଭାରସାମ୍ୟ ହରାଇ ବୋଲେରୋ ଗାଡ଼ିଟି ଓଲଟି ପଡ଼ିଥିଲା ! ଏଥିରେ ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମ୍ରୁତ୍ୟୁ ଘଟିଥିବାବେଳେ ଡ୍ରାଇଭର ସମେତ ଆଉ ଚାରିଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ! ଖବର ପାଇ ଲାଞ୍ଜିଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ