Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ କ୍ଷୀରୋଦ ମଙ୍ଗରାଜଙ୍କ ବିୟୋଗରେ ଶୋକସଭା

କଳାହାଣ୍ଡି,୦୮/୧୦-ଯୁବ ସାମ୍ବାଦିକ ତଥା ଶକ୍ତି ଟିଭି ଜିଲ୍ଲା ପ୍ରତିନିଧି କ୍ଷୀରୋଦ ମଙ୍ଗରାଜଙ୍କ ଅକାଳ ବିୟୋଗ ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ! ଜଣେ ସମ୍ବେଦନଶୀଳ ବ୍ୟକ୍ତିତ୍ବ ଭାବେ ସେ ଜିଲ୍ଲାର ବିଭିନ୍ନ ମହଲରେ ପ୍ରିୟପାତ୍ର ହୋଇ ପାରିଥିଲେ ବୋଲି ଆଜି କଳାହାଣ୍ଡି ସାମ୍ବାଦିକ ସମୁହ ତରଫରୁ ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ଆୟୋଜିତ ଶୋକସଭାରେ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଏହା କହିଥିଲେ ! ସଭାର ଆୟୋଜକ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ନାରାୟଣ ପ୍ରସାଦ ନାୟକ, ସମାଜସେବୀ ରୂପକେଶରୀ ଦଳାଇ ପ୍ରମୁଖ ମଂଚାସୀନ ହୋଇ ସ୍ବର୍ଗତ ମଙ୍ଗରାଜଙ୍କ ସ୍ମ୍ରୁତିଚାରଣ କରିଥିଲେ ! ସାମ୍ବାଦିକ ସାରଦା ପ୍ରସାଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ, ଅମୀୟ କୁମାର ସାହୁ, ମଧୁସୂଦନ ମହାପାତ୍ର, ବିକାଶ ଷଡ଼ଙ୍ଗୀ, ନୀଳମଣି ମଙ୍ଗରାଜ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ବିରଞ୍ଚି ଯୋଶୀ, ରମେଶ ଅଗ୍ରୱାଲ, ଛାୟାକାନ୍ତ ନାଏକ, ଜଗନ୍ନାଥ ନାଏକ, ରାଜେନ୍ଦ୍ର ମିଶ୍ର, ସଞ୍ଜୟ ସିଂହ, ଚିନି କ୍ରିଷ୍ଣା ଆଚାରୀ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ