Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ

ଭୁବ‌ନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ମମତା। ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମମତାଙ୍କର ଆଜି ଶେଷ ଦିନ। ସମୂଦ୍ର କୂଳ ନିକଟ ନିର୍ବାଣ  ନିବାସରେ ଦୁଇ ଦିନ ଅବସ୍ଥାନ କରିବା ସହ ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ଅନୁଧ୍ୟାନ କରିଥିଲେ । 

ତେବେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଉପରେ ସମସ୍ତଙ୍କର ନଜର ରହିଛି। ତେବେ ଓଡ଼ିଶା ଗସ୍ତ ପୂର୍ବରୁ କୋଲକାତାରେ ମମତା ନବୀନଙ୍କ ସାକ୍ଷାତ ସୌଜନ୍ୟମୂଳକ ରହିବ ବୋଲି ମମତା କହିଥିଲେ। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ