Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଠାନକୋଟ୍ ହମଲାର ମାଷ୍ଟର ମାଇଣ୍ଡକୁ ପାକିସ୍ତାନରେ ହତ୍ୟା, ଭାରତର ଥିଲା ମୋଷ୍ଟ ଓ୍ଵାଣ୍ଟେଡ୍

ନୂଆଦିଲ୍ଲୀ: ପଠାନକୋଟ ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ଶାହିଦ ଲତିଫକୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ସିଆଲକୋଟରେ ଅଜଣା ଆକ୍ରମଣକାରୀ ଲତିଫ ଉପରେ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଆତଙ୍କବାଦୀ ଶାହିଦ ଭାରତ ପାଇଁ ମୋଷ୍ଟ ଓ୍ଵାଣ୍ଟେଡ୍ ଥିଲା। ଭାରତ ସରକାର ଆତଙ୍କବାଦୀ ତାଲିକାରେ ତାକୁ ସାମିଲ୍ କରିଥିଲା। ଏନଆଇଏ ତା ବିରୋଧରେ ୟୁଏପିଏ ଆଧାରରେ ମାମଲା ରୁଜୁ କରିଥିଲା। ୨୦୧୬ରେ ଜୈଶର ଆତଙ୍କବାଦୀମାନେ ପଠାନକୋଟ୍ ଏୟାରବେସ୍ ଉପରେ ଆକ୍ରମଣ କରିଥିଲେ। ଏଥିରେ ୭ ଜଣ ଯବାନ ସହିଦ ହୋଇଥିଲେ।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ସିଆଲକୋଟର ବାହ୍ୟ ଅଞ୍ଚଳରେ ଏକ ମସଜିଦରେ ଆତଙ୍କୀ ଶାହିଦର ହତ୍ୟା କରାଯାଇଛି। ଆକ୍ରମଣକାରୀ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଯାଇଛନ୍ତି। ପୋଲିସ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛି।

ସୂଚନାଯୋଗ୍ୟ, ପଠାନକୋଟ ଆକ୍ରମଣ ପରେ ୭୨ ଘଣ୍ଟା ଧରି ଅପରେସନ ଚାଲିଥିଲା। ଏଥିରେ ୪ ଆତଙ୍କବାଦୀ ନିହତ ହୋଇଥିଲେ। ପାକିସ୍ତାନ ଆତଙ୍କବାଦୀଙ୍କ ମୃତଦେହ ନେବାକୁ ମଧ୍ୟ ମନା କରି ଦେଇଥିଲା। ତଦନ୍ତରେ ଜଣା ପଡ଼ିଥିଲା ଯେ, ଶାହିଦ ଲତିଫ ଏହି ସବୁ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ସହ ଅନ୍ୟ ସୁବିଧା ଯୋଗାଇଥିଲା। ତଲିଫକୁ ୧୯୯୬ରେ ଡ୍ରଗ୍ସ କାରବାର ମାମଲାରେ ଗିରଫ କରାଯାଇଥିଲା। ସେ ଜୈଶର ଆତଙ୍କବାଦୀ ଥିଲା। ମୌଲାନା ମସୁଦ ଅଝରର ଆଦେଶକ୍ରମେ ସେ ପଠାନକୋଟରେ ଆକ୍ରମଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।