Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗାଜା ହସ୍ପିଟାଲରେ ହାହାକାର ସ୍ଥିତି, ବିଜୁଳି ଯୋଗାଣ ଠପ୍; ଆଖି ବୁଜିବାରେ ଲାଗିଛନ୍ତି ରୋଗୀ

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲର ପ୍ରତି ଆକ୍ରମଣ ପରେ ସେଠକାର ଲୋକଙ୍କ ଅବସ୍ଥା ଦୟନୀୟ ହୋଇ ପଡ଼ିଛି। ଏଠାରେ କାହା ପାଖରେ ଖାଇବା ପାଇଁ ନା ଭୋଜନ ଅଛି ନା ପିଇବା ପାଣି ଅଛି। ସ୍ଥିତି ଏମିତି ବିକଳ ରହିଛି ଯେ, ଇସ୍ରାଏଲ ଆକ୍ରମଣରେ ଆହତ ଲୋକ ନିଜ ପରିଜନଙ୍କ ସାମ୍ନାରେ ପ୍ରାଣ ହରାଉଛନ୍ତି। ହସ୍ପିଟାଲରେ ହାହାକାର ସ୍ଥିତି ଦେଖିବାକୁ ମିଳିଛି। ବିଜୁଳି ଯୋଗାଣ ଠପ୍ ହେବା କାରଣରୁ ମେସିନ ଧିରେ ଧିରେ ବନ୍ଦ ହେବାରେ ଲାଗିଛି। ଆଇସିୟୁରେ ଭର୍ତ୍ତି ରୋଗୀଙ୍କୁ ଲାଇଫ ସପୋର୍ଟ ଓ ଅକ୍ସିଜେନ ମିଳି ପାରୁ ନାହିଁ। ଫଳରେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।

ପାଲେଷ୍ଟାଇନ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ପେଟ୍ରୋଲ-ଡିଜେଲ୍ ନ ଥିବା କାରଣରୁ ଗାଜାରେ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଯଦି ତୁରନ୍ତ ବିଜୁଳି ଯୋଗାଣ ନ ହୁଏ ତେବେ ସମସ୍ୟା ଆହୁରି ବଢିପାରେ। ଏମିତି ସ୍ଥିତି ଲାଗି ରହିଲେ ବହୁ ସଂଖ୍ୟାରେ ଲୋକଙ୍କ ଜୀବନହାନୀ ଘଟିପାରେ। ସବୁଠୁ ଅଧିକ ବିକଳ ସ୍ଥିତି ଆଇସିୟୁରେ ଦେଖିବାକୁ ମିଳିଛି। ଆଇସିୟୁ ବ୍ୟତୀତ ଔଷଧ ଯୋଗାଣ ମଧ୍ୟ ଠପ୍ ହୋଇ ଯାଇଛି।

ଯୁଦ୍ଧର ଏମିତି ମାହୋଲରେ ଲୋକେ ରେଫ୍ରିଜେରେଟର ଫୁଡ୍ ସାହାରାରେ ରହି ପାରିଥାନ୍ତେ। ମାତ୍ର ବିଜୁଳି ନ ଥିବା କାରଣରୁ ଏହା ମଧ୍ୟ ଅଚଳ ହୋଇ ପଡ଼ିଛି। ଦୋକାନ ଓ ସୁପରମାର୍କେଟ୍ ସବୁ ବନ୍ଦ ହୋଇ ଯାଇଛି। ଲକ୍ଷାଧିକ ଲୋକ ବିଭୀଷିକା ମଧ୍ୟରେ ଜୀବନ ହାରିବାକୁ ବିବଶ ହୋଇଛନ୍ତି। ଗାଜା ପାଓ୍ଵାର ପ୍ଲାଣ୍ଟ ପକ୍ଷରୁ କୁହାଯାଇଛି ଯେ, ଏହାକୁ ପୁନର୍ବାର ଚାଲୁ କରିବାକୁ ହେଲେ ଫୁଏଲ ବନ୍ଦୋବସ୍ତ କରିବାକୁ ପଡ଼ିବ। ବିଜୁଳି ନ ଥିବା ଯୋଗୁଁ ଏଟିଏମରୁ ଲୋକେ ଟଙ୍କା ମଧ୍ୟ ଉଠାଇ ପାରୁ ନାହାନ୍ତି। ଲୋକେ ପରସ୍ପର ମଧ୍ୟରେ କଥା ବାର୍ତ୍ତା ବି ହୋଇ ପାରୁ ନାହାନ୍ତି। ମୋବାଇଲ୍ ଓ ଫୋନ ସେବା ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଛି।